Hot Posts

6/recent/ticker-posts

ସୁବର୍ଣ୍ଣରେଖା ଓ ଜଳକା ବନ୍ୟାରେ ବେହାଲ ଉତ୍ତର ବାଲେଶ୍ୱର, ବନ୍ୟାକ୍ଲିଷ୍ଟଙ୍କ ଦୁର୍ଦ୍ଦଶା ବୁଝିଲେ ରଘୁନାଥ ମହାନ୍ତି

ବାଲିଆପାଳ, ୧୬/୦୮ ( ସନ୍ୟାସୀ ବେହେରା ) : ଆଜି ରବିବାର ଉତ୍ତର ବାଲେଶ୍ୱରର ଦୁଃଖ ସୁବର୍ଣ୍ଣରେଖା ଓ ଜଳକା ନଦୀରେ ଆସିଥିବା ବନ୍ୟାରେ ବସ୍ତା ନିର୍ବାଚନ ମଣ୍ଡଳୀର ବାଲିଆପାଳ ବ୍ଲକ, ବସ୍ତା ବ୍ଲକ ଓ ଭୋଗରାଇ ବ୍ଲକର ଅନେକ ଗାଁ ବନ୍ୟା ଘେରରେ ରହିଥିବା ବେଳେ, ହଜାର ହଜାର ଶସ୍ୟ କ୍ଷେତ୍ର ଗୁଡିକ ପାଣିରେ ବୁଡି ସଦ୍ୟ ରୋପଣ ଧାନ, ପରିବା ସମ୍ପୂର୍ଣ ନଷ୍ଟ ହୋଇଯାଇଛି |ହଜାର ହଜାର ବନ୍ୟା କ୍ଲୀଷ୍ଟ ଲୋକ ତଥା ଗୃହ ପାଳିତ ପଶୁ ଗୁଡିକ ନାହିଁ ନଥିବା ଦୁଃଖ ଦୁର୍ଦଶା ଭୋଗ କରୁଛନ୍ତି |ଜଳକା ନଦୀରେ ଏଥର ମିଶାଇ ପାଞ୍ଚ ଥର ବନ୍ୟା ଆସି ସାରିଲାଣି,| ଉତ୍ତର ବାଲେଶ୍ୱରର ଦରଦୀ ନେତା ରାଜ୍ୟ ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ରଘୁନାଥ ମହାନ୍ତି, ଜିଲ୍ଲା ସମ୍ପାଦକ ପରମେଶ୍ୱର ବାରିକ, ସାଧାରଣ ସମ୍ପାଦକ ଶିବଆନନ୍ଦ ଦାସ ଅଧିକାରୀ, ବାଲିଆପାଳର ବ୍ଲକ ସଭାପତି ଦେବେନ୍ଦ୍ର ଗିରି, ସାଧାରଣ ସମ୍ପାଦକ ସୁଶାନ୍ତ ଗିରି, ସମ୍ପାଦକ ତଥା ସୁବର୍ଣ୍ଣ ରେଖା ପ୍ରେସ କ୍ଳବର କାର୍ଯ୍ୟକାରୀ ସଭାପତି, ଉତ୍କଳ ସମ୍ମିଳନୀ ବାଲିଆପାଳ ବ୍ଲକର ସମ୍ପାଦକ ଡ଼ ସନ୍ନ୍ୟାସୀ ବେହେରା, ବରିଷ୍ଟ ସଦସ୍ୟ ଶରତ ପ୍ରଧାନ, ଚିତ୍ତରଞ୍ଜନ ଜେନା ମାନସ ଦାସ ଆଦି ସଦସ୍ୟ ମାନଙ୍କୁ ନେଇ ବୋଲଙ୍ଗ, କୁଣ୍ଡଳୀ, ବଣିଆ ଢୀହା,, ଅସ୍ତି, ବାଲିଆପାଳ,, ବିଷ୍ଣୁପୁର ଓ ଜାମକୁଣ୍ଡା ପଂଚାୟତବୁଲି ଦେଖିଥିଲେ ଓ ହଜାର ହଜାର ବନ୍ୟା କ୍ଲୀଷ୍ଟ ଲୋକଙ୍କର ଦୁଃଖ, ଦୁର୍ଦଶା ପଚାରି ବୁଝିଥିଲେ | ବନ୍ୟା ପ୍ଲାବିତ ଲୋକ ମାନଙ୍କୁ ଶୁଖିଲା ଖାଦ୍ୟ ବିସ୍କୁଟ, ଚୁଡା ଆଦି ବଣ୍ଟନ କରିଥିଲେ ବିଷ୍ଣୁପୁର, ପଂଚାୟତର ରସାଳପୁର, ଅସ୍ତି ପଂଚାୟତର ବଡପଡା, ବାଲିଆପାଳ ପଞ୍ଚାୟତର କୁଦମାନସିଂ, ସୁଙ୍ଗ ମୁହଁ, ମଧୁପ୍ପୁରା ପଞ୍ଚାୟତର ଚୌଧୁରୀକୁଦ, ଜାମକୁଣ୍ଡା ପଂଚାୟତର କଳାରୁହି, ବଡ଼ ତଳପଡା, କୁଲ୍ହା ଚଡ଼ ଗାଁ ମାନଙ୍କର ଲୋକଙ୍କର ଦୁଃଖ ରେ ସମଭାଗୀ ହୋଇଥିଲେ |ବସ୍ତା, ବାଲିଆପାଳ ଓ ଭୋଗରାଇ ବ୍ଲକର ବିଡ଼ିଓ, ତହସିଲଦାର ମାନଙ୍କୁ ଶୀଘ୍ର ସାହାଯ୍ୟ ପଠାଇବାକୁ ଉପଦେଶ ଦେଇଥିଲେ |ରାସାଲପୁର ଗାଁ କୁ ଡ଼ଙ୍ଗା ଦେବାକୁ ନିର୍ଦେଶ ଦେଇଥିଲେ |ବର୍ତ୍ତମାନର ବିଜେପି ସରକାର, ବିଧାୟିକା, ଓ ପ୍ରଶାସନିକ ଅଫିସର ମାନଙ୍କ ସାହାଯ୍ୟ ଶଙ୍ଖାକୁ ଶଙ୍ଖେ ପାଣି ପରି ସେମାନଙ୍କର ବିଫଳତା ବନ୍ୟା କ୍ଲୀଷ୍ଟ ଲୋକଙ୍କ ଠାରୁ ଶୁଣି ପୂର୍ବତନ ମନ୍ତ୍ରୀ କ୍ଷୋବ୍ବ ପ୍ରକାଶ କରିଥିଲେ |