ଏକ୍ସକେଡ଼ର ଶିକ୍ଷକ ସଂଘର ବିଦାୟକାଳୀନ ସମ୍ବର୍ଦ୍ଧନା ସଭା
ସିନାପାଲି, ୧୬/୦୮ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଏକ୍ସକେଡ଼ର ଶିକ୍ଷକ ସଂଘ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି, ଏନେଇ ସ୍ଥାନୀୟ ପିଏମଶ୍ରୀ ହାଇସ୍କୁଲ ପରିସରରେ ସିଆରସିସି ତରୁଣ କୁମାର ମେହେରଙ୍କ ଅଧ୍ଯକ୍ଷତାରେ ପରିଚାଳିତ ସଭାରେ ମୁଖ୍ଯ ଅତିଥି ଭାବରେ ଏକ୍ସକେଡ଼ର ଶିକ୍ଷକ ସଂଘ ରାଜ୍ୟ ସଭାପତି ଜୟନ୍ତୀଲାଲ ସାହୁ, ମୁଖ୍ଯବକ୍ତା ଭାବରେ ପ୍ରଧାନଶିକ୍ଷକ ମନୋରଞ୍ଜନ ମେହେର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଏକ୍ସକେଡ଼ର ସଂଘର ରାଜ୍ଯ ସମ୍ପାଦକ ହାନେଶ ପାତ୍ର ବାଗ, ପୂର୍ବତନ ଏକ୍ସକେଡ଼ର ନୂଆପଡା ଜିଲ୍ଲା ସଭାପତି ଅରୁଣ କୁମାର ଯୋଷୀ, ବିଦାୟୀ ଶିକ୍ଷକ ବସନ୍ତ କୁମାର ନାଏକ, ବୁଢା ମାଲି ଉପସ୍ଥିତ ଥିଲେ ା ପ୍ରାରମ୍ଭରେ ଆଲୋକ ରଞ୍ଜନ ପାଣିଗ୍ରାହୀ ଅତିଥିଙ୍କୁ ସ୍ବାଗତ କରିଥିବା ବେଳେ ଧନଞ୍ଜୟ ସାହୁ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ା ଏ ଅବସରରେ ଉଭୟ ବିଦାୟୀ ଶିକ୍ଷକ ଶ୍ରୀନାଏକ ଓ ଶ୍ରୀମାଲିଙ୍କ ସମର୍ପିତ ଭାବର ସ୍ମୃତିଚାରଣ କରି ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା l ବେଣୁଧର ନାଏକ ଓ ଲୋକନାଥ ମେହେର ମାନପତ୍ର ପଠନ କରିଥିଲେ l ଶେଷରେ ପ୍ରଦୀପ୍ତ କୁମାର ଯୋଷୀ ଧନ୍ୟବାଦ ଦେଇଥିଲେ l କାର୍ଯ୍ୟକ୍ରମ ଆୟୋଜନରେ ଶଶିମୁଖୀ ପ୍ରଧାନ, ପୁଷ୍ପାଞ୍ଜଳି କାଛି, ନିଲେନ୍ଦ୍ରି ନିଆଲ, ସୁରଭି ପଣ୍ଡା, ଖଗେଶ୍ବର ମେହେର, ସରୋଜ କୁମାର ପାଢୀ, ଦଶରଥ ଦଣ୍ଡସେନା, ଅର୍ଜୁନ ନାଏକ, ଅଚ୍ୟୁତ ମେହେର, ସାମନ୍ତ ଦାଶ, ହୀରାଲାଲ ସାହୁ, ସନ୍ତୋଷ ସାହୁ, ଭୂତେଶ୍ୱର ନାଏକ, ବିନୋଦ ବିହାରୀ ଚିନଗୁନ, କୋକିଳ ସୁନାନୀ, ଦେବାର୍ଚନ ବିଶି ପ୍ରମୁଖ ଶିକ୍ଷକଶିକ୍ଷୟିତ୍ରୀ ସହଯୋଗ କରିଥିଲେ ା