କଳାହାଣ୍ଡି, ୨୨/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା, ଗୋଲାମୁଣ୍ଡା ବ୍ଲକ ରେ ପୁଣି ସହାୟତାର ହାତ ବଢାଇଲେ ଗୋଲାମୁଣ୍ଡା ସମିତି ଅଧ୍ଯକ୍ଷ ବିନ୍ଦୁ ମହାନନ୍ଦଙ୍କ ଦ୍ବାରା ପ୍ରତିଷ୍ଠିତ "ବିନ୍ଦୁ ମୀନା ଫାଉଣ୍ଡେସନ" । ଆଜି ଶନିବାର ଗାଁ ମାଟିରେ ପହଞ୍ଚି ପାରିଲା ତେଲେଙ୍ଗାନାରେ ମୃତ ଜଣେ ଦାଦନ ଶ୍ରମିକଙ୍କ ଶବ । ସୂଚନା ଅନୁସାରେ ଗୋଲାମୁଣ୍ଡା ବ୍ଲକ ଘୋଟିଆ ଗ୍ରାମର ୨୮ ବର୍ଷିୟ ବିକାଶ ଚନ୍ଦ୍ର ଜାଲ ନିଜ ପରିବାରର ସହ ତେଲେଙ୍ଗାନା ରାଜ୍ୟ ରାମଗଣ୍ଡାମ ଅଞ୍ଚଳକୁ ଯାଇଥିଲା ଦାଦନ ଖଟିବା ପାଇଁ । ଏହି ଦାଦନ ଖଟିବାକୁ ଯାଇ ଅଧିକ ରୋଜଗାର କଲେ ନିଜ ପରିବାରର ଆର୍ଥିକ ବିକାଶ କରିବ । କିନ୍ତୁ ନିୟତୀର ନିର୍ଦ୍ଦେଶ ଥିଲା ଅଲଗା,ରାମଗଣ୍ଡାମ ଅଞ୍ଚଳରେ କୌଣସି ଏକ ବାଇକର ଧକରେ ଦୁର୍ଘଟଣାର ଶିକାର ହେଇଥିଲା ବିକାଶ । ରାମଗଣ୍ଡାମ ସରକାରୀ ଡାକ୍ତରଖାନା ରେ ଚିକିତ୍ସାଧିନ ଅବସ୍ଥାରେ ସେ ମୃତ୍ୟୁ ବରଣ କରିଥିଲେ I କିନ୍ତୁ ତାର ମୃତ ଦେହ ନିଜ ଗ୍ରାମ ଘଟିଆକୁ ଆଣିବା ପାଇଁ ପରିବାରର ସମ୍ବଳ ନଥିଲା ଏନେଇ ସାମାଜିକ ଗଣମାଧ୍ୟମରେ ଘଟଣା ପ୍ରସାରିତ ହେବା ପରେ "ବିନ୍ଦୁ ମୀନା ଫାଉଣ୍ଡେସନ" ଅଧ୍ଯକ୍ଷ ବିନ୍ଦୁ ମହାନନ୍ଦ ସୂଚନା ପାଇଥିଲେ ଧର୍ମେନ୍ଦ୍ର ଜାଲ, ଡମ୍ବରୁଧର ଜାଲଙ୍କ ସହ ଆଲୋଚନା କରିଥିଲେ I ଏହାପରେ ସେ ଫୋନ୍ ଯୋଗେ ଏକ ଫ୍ରିଜର ଆମ୍ବୁଲାନ୍ସ ବ୍ୟବସ୍ଥା କରିଥିଲେ I ଗୋଲାମୁଣ୍ଡା ଘୋଟିଆ ଗ୍ରାମରେ ତାଙ୍କ ଶବ ପହଞ୍ଚିବା ପରେ ଶୋକା କୂଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ଦିନ ୧୨ ଘଣ୍ଟା ୩୦ ମିନିଟ ସମୟରେ ତାଙ୍କ ମୃତ ଦାହ ସଂସ୍କାର କରାଯାଇଛି I
କଳାହାଣ୍ଡି ଜିଲ୍ଲା, ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
