ବନ୍ୟାପୀଡ଼ିତଙ୍କ ପାଖରେ ବିଜେପି ନେତ୍ରୀ ବବିତା ମଲ୍ଲିକ; ବଢ଼ାଇଲେ ସହଯୋଗର ହାତ
ବିଂଝାରପୁର , ୨୨/୦୮ (ପ୍ରଦୀପ କୁମାର ମଲ୍ଲିକ) : ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକର ବିଭିନ୍ନ ଗ୍ରାମରେ ପ୍ରଳୟଙ୍କାରୀ ବନ୍ୟା ପରେ ଜନଜୀବନ ଦୁର୍ବିସହ ହୋଇପଡ଼ିଛି। ଏଭଳି ସମୟରେ ବନ୍ୟାପୀଡ଼ିତଙ୍କ ନିକଟରେ ପହଞ୍ଚି ସହଯୋଗର ହାତ ବଢ଼ାଇଛନ୍ତି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମତୀ ବବିତା ମଲ୍ଲିକ। ସେ କପିଳା, ରାହାସ, ଓସ୍ତଦାଣ୍ଡି ଓ ଟିଣା ଅଞ୍ଚଳ ପରିଦର୍ଶନ କରି ବନ୍ୟାଘେରରେ ଥିବା ଲୋକଙ୍କ ଦୁଃଖଦୁର୍ଦ୍ଦଶା ବୁଝିବା ସହ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ବନ୍ୟାଜଳ ହ୍ରାସ ପାଇଥିଲେ ମଧ୍ୟ ଅନେକ ପରିବାରଙ୍କ ଜୀବନ ଏବେ ବି ସ୍ୱାଭାବିକ ହୋଇନାହିଁ। ଘରଦ୍ୱାର, ଚାଷଜମି ଓ ଜୀବିକା କ୍ଷତିଗ୍ରସ୍ତ ହୋଇଥିବାରୁ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି। ଏହି ସଙ୍କଟ ସମୟରେ ବବିତା ମଲ୍ଲିକ ପୀଡ଼ିତଙ୍କୁ ସାନ୍ତ୍ୱନା ଦେବା ସହ ସରକାରୀ ସହାୟତା ଓ ବିଭିନ୍ନ ସୁବିଧା କିପରି ପାଇପାରିବେ, ସେନେଇ ସଚେତନ କରିଥିଲେ। ତାଙ୍କ ସହ ବିଂଝାରପୁର ମଣ୍ଡଳ ସଂଯୋଜକ ନିରଞ୍ଜନ ବେଉରିଆ, ସଞ୍ଜୁଲତା ପଣ୍ଡା, ଦିଲ୍ଲୀପ ନାୟକ, ଧରଣୀଧର ନାୟକ, ଶଶଧର ରାଉତ, ରବିନ୍ଦ୍ର ବେହୁରିଆ, ଦୁର୍ଯ୍ୟଧନ ବେହୁରିଆ, ରାଜୀବ ଲୋଚନ ମଲ୍ଲିକ, ସୌମ୍ୟ ସାମଲ, ଅକ୍ଷୟ ମଲ୍ଲିକ, ରତ୍ନାକର ମଲ୍ଲିକ, ସଞ୍ଜୟ ପତି, ଅଜୟ ଦାସ ଓ ଶୁଭ୍ରାଶୁ ଶେଖର ସାମଲ ପ୍ରମୁଖ ଉପସ୍ଥିତ ଥିଲେ।