ମା’ ବାଉଡ଼ି ମାତାଙ୍କ ସିରାଙ୍କ ବିୟୋଗ
ଝରିଗାଁ, ୨୨/୦୮ ( ନକୁଳ ଭତରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଚଚା ପଞ୍ଚାୟତର ଭେଜିଗୁଡ଼ା ଗ୍ରାମରେ ସ୍ୱର୍ଗତ ଅମରସିଂ ଭତ୍ରାଙ୍କ ବିୟୋଗରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସ୍ୱର୍ଗତ ଭତ୍ରା ଜଣେ ପରୋପକାରୀ ଓ ସେବା ମନୋଭାବ ସମ୍ପନ୍ନ ବ୍ୟକ୍ତି ଭାବେ ଅଞ୍ଚଳରେ ପରିଚିତ ଥିଲେ। ସେ ମା’ ବାଉଡ଼ି ମାତାଙ୍କ ସିରା ଭାବେ ମଧ୍ୟ ଦାୟିତ୍ୱ ତୁଲାଉଥିଲେ ଏବଂ ନିଜ ସେବା ଓ ଧାର୍ମିକ କାର୍ଯ୍ୟ ମାଧ୍ୟମରେ ଅଞ୍ଚଳରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ବିୟୋଗରେ ପରିବାର, ଆତ୍ମୀୟସ୍ୱଜନ ଓ ଗ୍ରାମବାସୀଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି। ପରିବାର ସଦସ୍ୟଙ୍କ ସମେତ ବହୁ ଆତ୍ମୀୟସ୍ୱଜନ ଓ ଶୁଭେଚ୍ଛୁ ଶେଷ ଦର୍ଶନ ପାଇଁ ଉପସ୍ଥିତ ହୋଇଥିଲେ।ଦିବା ୧ଟା ୦୬ ମିନିଟ୍ ସମୟରେ ପରିବାର ସଦସ୍ୟ ଓ ଆତ୍ମୀୟସ୍ୱଜନଙ୍କ ଉପସ୍ଥିତିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି। ପରଲୋକଗତ ଆତ୍ମାଙ୍କୁ ମା’ ବାଉଡ଼ି ମାତା ଓ ଭଗବାନ ଶ୍ରୀକୃଷ୍ଣ ସଦ୍ଗତି ପ୍ରଦାନ କରନ୍ତୁ ଏବଂ ଶୋକସନ୍ତପ୍ତ ପରିବାରକୁ ଏହି ଅପୂରଣୀୟ ଦୁଃଖ ସହିବା ପାଇଁ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ଗ୍ରାମବାସୀ ପ୍ରାର୍ଥନା କରିଛନ୍ତି।