Hot Posts

6/recent/ticker-posts

ଏନଏଚ୍‌-୨୬ରେ ଡକାୟତି ଉଦ୍ୟମ, ଦୁଇ ଗିରଫ

କୋକସରା, ୧୩/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : ଜାତୀୟ ରାଜପଥରେ ଡକାୟତି ଉଦ୍ୟମ କରୁଥିବା ବେଳେ କୋକସରା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ କୋକସରା ଥାନା ଅନ୍ତର୍ଗତ ବଙ୍ଗୋମୁଣ୍ଡା ଗ୍ରାମର ଲୁଲୁ ଛତ୍ରିଆ ଓ ବିଶ୍ୱନାଥ ନାଏକ। ଗତକାଲି ଏନଏଚ୍‌-୨୬ରେ ଡକାୟତି ଉଦ୍ୟମ କରୁଥିବା ସମୟରେ ପୋଲିସ ପେଟ୍ରୋଲିଂ ଟିମ୍‌ ସେମାନଙ୍କୁ ଧରିଥିଲା। ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ପିସ୍ତଲ, ୩ଟି ଜୀବନ୍ତ ଗୁଳି ଓ ଗୋଟିଏ ମୋବାଇଲ ଫୋନ୍‌ ଜବତ ହୋଇଛି। ଏନେଇ କୋକସରା ଥାନାରେ କେସ୍‌ ନମ୍ବର ୧୭୨/୨୦୨୬ରେ ମାମଲା ରୁଜୁ ହୋଇଛି। ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଛି କୋକସରା ପୋଲିସ।




କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ