Hot Posts

6/recent/ticker-posts

ଧୋଡ୍ରା ମଣ୍ଡଳ ସ୍ତରୀୟ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ: ଧାମନାଗୁଡ଼ାରୁ ଧୋଡ୍ରା ପର୍ଯ୍ୟନ୍ତ ବିଶାଳ ବାଇକ୍ ଶୋଭାଯାତ୍ରା

ଝରିଗାଁ, ୧୩/୦୮ (ନକୁଲ ଭତରା) : ଝରିଗାଁ ବ୍ଲକ୍‌ ଅନ୍ତର୍ଗତ ଧୋଡ୍ରା ମଣ୍ଡଳ ସ୍ତରୀୟ ତ୍ରିରଙ୍ଗା ଯାତ୍ରା ଆଜି ଅତ୍ୟନ୍ତ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଧାମନାଗୁଡ଼ା ଦନ୍ତେଶ୍ୱରୀ ମନ୍ଦିର ରୁ ଏକ ବିଶାଳ ବାଇକ୍‌ ଶୋଭାଯାତ୍ରା ବାହାରି ଧୋଡ୍ରା ପର୍ଯ୍ୟନ୍ତ ପରିକ୍ରମା କରିଥିଲେ। ଶତାଧିକ କର୍ମୀ ଓ ନେତୃବୃନ୍ଦ ମୋଟରସାଇକେଲ୍‌ରେ ତ୍ରିରଙ୍ଗା ପତାକା ଧରି ଭାରତ ମାତାଙ୍କ ଜୟଗାନ ସହ ସମଗ୍ର ଧୋଡ଼ରା ଅଞ୍ଚଳ ପରିକ୍ରମା କରିବା ସହ ଏକ ଦେଶଭକ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି କରିଥିଲେ। ଏହି ସମ୍ମାନଜନକ କାର୍ଯ୍ୟକ୍ରମରେ ଧୋଡ୍ରା ମଣ୍ଡଳ ସଭାପତି ଭୁଜବଳ ଗୌଡ଼, ଧାମନାଗୁଡ଼ା ର ପୂର୍ବତନ ସଭାପତି ମଣିରାମ ଭତରା, ଡଙ୍ଗରୀଗୁଡ଼ା ପଞ୍ଚାୟତ ସଭାପତି ଡମ୍ବରୁ ପନକାଙ୍କ ସମେତ ୬ଟି ପଞ୍ଚାୟତର ସଭାପତି ସାମିଲ ହୋଇଥିଲେ। ଏତଦ୍‌ବ୍ୟତୀତ ସୁଭାଷ ପନକା, ସନୁ ଭତରା, ଗୁରୁବନ୍ଧୁ ପୂଜାରୀ, ମଶୁ ଭତରା, ଜଦୁରାମ ଭତରା, ଯୁଗସାଇ କଳାର, ସଦା ପୂଜାରୀ, ହନୁ ଗାଉନ୍ତିଆ, ଲାଇବନ୍ ଭତରା, କମୋଳଚନ ଭତରା, ବିଜେପି ଯୁବମୋର୍ଚ୍ଚା ସମ୍ପାଦକ, ସ୍ଥାନୀୟ ସମାଜସେବୀ ଓ ବହୁ ବିଜେପି କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ। ଏହି ସୃଙ୍ଖଳିତ ଯାତ୍ରାରେ ଦଳୀୟ ନେତା ଓ କର୍ମୀଙ୍କ ସମେତ ସ୍ଥାନୀୟ ସାଧାରଣ ଜନତା ମଧ୍ୟ ବେଶ୍‌ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ବିଜେପି କାର୍ଯ୍ୟକର୍ତ୍ତା ଓ ସମାଜସେବୀଙ୍କ ସହଯୋଗରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ଶାନ୍ତିପୂର୍ଣ୍ଣ ଓ ସଫଳତା ସହ ଉଦ୍‌ଯାପିତ ହୋଇଛି।