Hot Posts

6/recent/ticker-posts

ଇନ୍ଦ୍ରାବତୀରୁ ୪୧୨ କ୍ୟୁମେକ୍ ବନ୍ୟାଜଳ ନିଷ୍କାସିତ, ହାତୀନଦୀରେ ବନ୍ୟା ଆଶଙ୍କା

କଳାହାଣ୍ଡି, ୨୩/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡିରେ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ହାତୀ ବ୍ୟାରେଜରୁ ପ୍ରାୟ ୪୧୨ କ୍ୟୁମେକ୍ ଜଳ ଛଡ଼ାଯିବା ପରେ ହାତୀନଦୀରେ ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ଉପୁଜିଛି। ଏହାକୁ ନେଇ ତଳମୁଣ୍ଡରେ ଥିବା ଗାଁଗୁଡ଼ିକୁ ସତର୍କ ସୂଚନା ଜାରି କରାଯାଇଛି। ଇନ୍ଦ୍ରାବତୀ ଜଳଭଣ୍ଡାରର ହାତୀ ବ୍ୟାରେଜରୁ ୪୧୨ କ୍ୟୁମେକ୍ ବନ୍ୟାଜଳ ନିଷ୍କାସନ କରାଯାଇଛି। ଜଳ ନିଷ୍କାସନ ଯୋଗୁଁ ହାତୀନଦୀରେ ଜଳସ୍ତର ବଢ଼ିବା ସହ ତଳମୁଣ୍ଡ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି। ନଦୀ କୂଳବର୍ତ୍ତୀ ଓ ତଳମୁଣ୍ଡରେ ଥିବା ଗାଁଗୁଡ଼ିକର ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବନ୍ୟାଜଳ ଯୋଗୁଁ ଇନ୍ଦ୍ରାବତୀ–ହାତୀନଦୀ ଅଞ୍ଚଳରେ ଯାତାୟାତ ପ୍ରଭାବିତ ହୋଇଛି। ରାୟଗଡ଼ା–କଳାହାଣ୍ଡି ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଜଣାପଡ଼ିଛି। ଜଳସ୍ତର ଉପରେ ନଜର ରଖାଯାଇଥିବା ବେଳେ ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ନଦୀ ନିକଟକୁ ନଯିବାକୁ ସତର୍କ କରାଯାଇଛି।