କମାଲ କଲେ ଈଶାନ ପ୍ରହରାଜ
କର୍ଲାମୁଣ୍ଡା, ୧୭/୦୮ (ସୁଶାନ୍ତ ରଣା) : କମାଲ କଲେ ଈଶାନ ପ୍ରହରାଜ, ସ୍ପଟ ର ଶ୍ରେଷ୍ଠ ଶହେ ତାଲିକାରେ ନିଜକୁ ଯୋଗ୍ୟ କରେଇ କଳାହାଣ୍ଡି ପାଇଁ ଆଣିଛନ୍ତି ଗର୍ବ। କେନ୍ଦ୍ରୀୟ ବିଦ୍ୟାଳୟ ବଲାଙ୍ଗୀର ଜୋନ ରେ ଜଣେ ମାତ୍ର ଛାତ୍ର ଯିଏ କି ବିକ୍ରମ ସାରାଭାଇ ସ୍ପେସ ଫାଉଣ୍ଡେସନ ର ସର୍ବ ଭାରତୀୟ ସ୍ତରୀୟ ସାଇନ୍ସ ପ୍ରମୋସନ ଓରିଏଣ୍ଟେସନ ଟେଷ୍ଟ (ସ୍ପଟ) ର ଜାତୀୟ ଶ୍ରେଷ୍ଠ ୧୦୦ରେ ସ୍ଥାନ ପାଇଛନ୍ତି। ସମ୍ପ୍ରତି ଈଶାନ ଭବାନୀପାଟଣା ପି.ଏମ. ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ର ୪ର୍ଥ ଶ୍ରେଣୀ ର ଛାତ୍ର ତଥା ବିଶିଷ୍ଟ ଡାକ୍ତର ବିକାଶ ରଞ୍ଜନ ପ୍ରହରାଜ ଓ ଡାକ୍ତର ଅଙ୍କିତା ପାଣିଗ୍ରାହୀ ଙ୍କ ସୁପୁତ୍ର ଅଟନ୍ତି। ଏହି ସଫଳତା ପାଇଁ ତାଙ୍କୁ ସ୍ୱାଧୀନତା ଦିବସ ପାଳନ ଅବସରରେ ସମ୍ବର୍ଦ୍ଧିତ କରାଯାଇ ଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।