ଫୁଲବାଣୀ, ୨୩/୦୮ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ଅଲାମୀ ପଞ୍ଚାୟତ ର ବିଜେପି ଦଳ ଶକ୍ତିକେନ୍ଦ୍ର ପ୍ରମୁଖ ସ୍ବର୍ଗତ ଲଷ୍ମୀଧର ମଲ୍ଲିକ ଙ୍କ ର ପିତାଖିଆ କାର୍ଯ୍ୟ ରେ ଫୁଲବାଣୀ ବିଧାୟକ ପ୍ରତିନିଧି ସ୍ୱାସ୍ଥ୍ୟ ବିଭାଗ ନୀଳାମ୍ବର କହଁର ଯୋଗଦେଇଥିଲେ। ତାଙ୍କ ସ୍ତ୍ରୀ ଯଶୋଦା ମଲ୍ଲିକ ଅଲାମୀ ପଞ୍ଚାୟତ ର ନ୍ୟାୟ ସରପଞ୍ଚ ରହିଥିବା ବେଳେ ତାଙ୍କ ମୃତ ସ୍ୱାମୀ ଲଷ୍ମୀଧର ମଲ୍ଲିକ ଙ୍କ ପିତାଖିଆ ଦିନ ବହୁ ବୁଦ୍ଧିଜୀବୀ ତଥା ଜନସାଧାରଣ ସେଠାରେ ଉପସ୍ଥିତ ରହିଥିଲେ। ଶ୍ରୀ କହଁର ପିତାଖିଆ କାର୍ଯ୍ୟ ରେ ଯୋଗଦେଇ ତାଙ୍କ ପରିବାର କୁ ସାନ୍ତନା ଦେବା ସହ ତାଙ୍କ ଆତ୍ମା ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ । ମୃତ ଲଷ୍ମୀଧର ମଲ୍ଲିକ ଜଣେ ସମାଜ ସଂଗଠକ, ସମାଜସେବୀ, ପରୋପକାରୀ ଭାବେ ଜଣାଶୁଣା ଥିଲେ । ଏହି ପିତାଖିଆ କାର୍ଯ୍ୟ ରେ ଯୋଗଦେଇ ତାଙ୍କ ପରିବାର ସହ ସୁଖଦୁଃଖ କଥା ହେବା ସହ ଅସୁବିଧା ସମୟରେ ସାମ୍ନା କରିବାକୁ କହିଥିଲେ। ସେଥିରେ ତାଙ୍କ ପରିବାର ଓ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିବା ବେଳେ ସେହି ପିତାଖିଆ କାର୍ଯ୍ୟ ରେ ଫୁଲବାଣୀ ବିଧାୟକ ପ୍ରତନିଧି ସ୍ୱାସ୍ଥ୍ୟ ବିଭାଗ ନୀଳାମ୍ବର କହଁର ଯୋଗଦେଇ ଥିବାରୁ ତାଙ୍କୁ ଗ୍ରାମବାସୀ ମାନେ ଧନ୍ୟବାଦ ଦେଇଥିଲେ।
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ
