Hot Posts

6/recent/ticker-posts

ନଦୀରେ ବୁଡି ବାଳକର ମୃତ୍ୟୁ

କଟକ, ୨୩/୦୮ ( କାହୁଁ ଚରଣ ବାରିକ ) : ବଡମ୍ବା ବ୍ଲକ ଅନ୍ତର୍ଗତ ଶଙ୍ଖାମେରି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ମହାନଦୀରେ ଗାଧୋଇବା ସମୟରେ ଅସାବଧାନତା ହେତୁ ଗୋଡ଼ ଖସିଯିବାରୁ ଜଣେ 13 ବର୍ଷୀୟ ବାଳକର ମୃତ୍ୟୁ ଘଟିଛି, ମୃତ ବାଳକ ଜଣକ ହେଲେ ଶଙ୍ଖାମେରି ଗାଁର କୈଳାସ ଚନ୍ଦ୍ର ସାହୁଙ୍କ 13 ବର୍ଷୀୟ ପୁଅ ଚନ୍ଦନ ସାହୁ। ଚନ୍ଦନ ଅଷ୍ଟମ ଶ୍ରେଣୀର ଛାତ୍ର ଥିଲେ।  ସୂଚନା ରୁ ପ୍ରକାଶ ଯେ , ସେ ଶଙ୍ଖାମେରି ବ୍ରାହ୍ମଣସାହି ନିକଟସ୍ଥ ମହାନଦୀରେ ଗାଧୋଉଥିବା ସମୟରେ ହଠାତ୍ ଗୋଡ଼ ଖସିଯିବାରୁ ସେ ନଦୀର ଗଭୀର ପାଣିରେ ପଡ଼ିଯାଇଥିଲେ। ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ। ମାତ୍ର ସଫଳ ହୋଇ ନଥିଲେ  ଚନ୍ଦନ ର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।