Hot Posts

6/recent/ticker-posts

ଦେଉଳକଣା ଶୈବପୀଠରେ ବିଜେଡିର ବୃକ୍ଷରୋପଣ

ଝରିଗାଁ, ୧୭/୦୮ (ନକୁଲ ଭତରା) : ଝରିଗାଁ ସ୍ଥିତ ପବିତ୍ର ଦେଉଳକଣା ଶୈବପୀଠ ପରିସରରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପରିବେଶ ସୁରକ୍ଷା, ସବୁଜିମା ବୃଦ୍ଧି ଓ ଆଗାମୀ ପିଢ଼ି ପାଇଁ ସୁସ୍ଥ ପରିବେଶ ସୃଷ୍ଟି ଉଦ୍ଦେଶ୍ୟରେ ଏହି ଅଭିଯାନ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ବିଜେଡିର ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ, ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ, ବରିଷ୍ଠ ନେତା ପ୍ରିୟରଞ୍ଜନ ଦାସ ଓ ବ୍ଲକ ବିଜେଡି ସଭାପତି ଟିକଚନ୍ଦ ମାଝୀଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ଦଳୀୟ କର୍ମୀ ଯୋଗଦେଇଥିଲେ। ଶୈବପୀଠ ପରିସରରେ ଫଳଦାୟକ, ଔଷଧୀୟ, ଛାୟାଦାୟକ ଓ ପରିବେଶ ଉପଯୋଗୀ ବିଭିନ୍ନ ପ୍ରଜାତିର ଚାରା ରୋପଣ କରାଯାଇଥିଲା। ଏହି ଅବସରରେ ଅତିଥିମାନେ ‘ଗଛ ଲଗାନ୍ତୁ, ପରିବେଶ ବଞ୍ଚାନ୍ତୁ’ ବାର୍ତ୍ତା ଦେଇ ପ୍ରତ୍ୟେକେ ଅଧିକରୁ ଅଧିକ ଗଛ ଲଗାଇବା ସହ ରୋପଣ କରାଯାଇଥିବା ଚାରାର ଯତ୍ନ ନେବାକୁ ଆହ୍ୱାନ ଦେଇଥିଲେ। ଅନ୍ୟପକ୍ଷରେ, ଏହି କାର୍ଯ୍ୟକ୍ରମ ଅବସରରେ ବିଜେପିର ପୂର୍ବତନ ସାଧାରଣ ସମ୍ପାଦକ ସୁତମ ହରିଜନ ଓ ଜିତେନ୍ଦ୍ର ଖଣ୍ଡେଇ ବିଜେପି ଛାଡ଼ି ବିଜେଡିରେ ଯୋଗଦେଇଥିବା ଜଣାପଡ଼ିଛି। ଚମ୍ପାଲାଲ ପନକା, ମାଧବ ପୂଜାରୀ, ସୁରେନ୍ଦ୍ର ହରିଜନ, ମୁକେଶ ଗୁପ୍ତା, ବରୁଣ ପନକା, ଅରୁଣ ପନକା, ରାକେଶ ଜେନା, ମହେଶ୍ୱର ହରିଜନ ଓ ଧନସିଂ ମଙ୍ଗଲି ପ୍ରମୁଖ ଉପସ୍ଥିତ ଥିଲେ।