Hot Posts

6/recent/ticker-posts

ବରୀ ରେ ବନ୍ୟା, ୨୯ ଟି ପଞ୍ଚାୟତର ଶତାଧିକ ଗ୍ରାମ ଜଳମଗ୍ନ୍, ଲକ୍ଷlଧିକ ଲୋକ ବିପନ୍ନ ହଜାର ହଜାର ହେକ୍ଟର ଚାଷ ଜମି ବୁଡ଼ିଲା l

ବରୀ, ୧୭/୦୮ ( ରଂଜିତ ମହାନ୍ତି ) : ପ୍ରକୃତି ବନ୍ୟା ଓ ବର୍ଷା ରେ ବରୀ କୁ ଦାଉ ସାଜିଥିବା ବେଳେ ବରୀ ରେ ଖରେସ୍ରୋତା, ବ୍ରାହ୍ମଣୀ, ବିରୂପା ଓ ତାହାର ଶାଖାନଦୀ ମାନଙ୍କ ଦ୍ୱିତୀୟ ଥର ବନ୍ୟା ଆସି ବନ୍ୟାଞ୍ଚଳ ବରୀ ରେ ବନ୍ୟା ଯୋଗୁ ୨୯ ଟି ପଞ୍ଚାୟତର ଶତାଧିକ ଗ୍ରାମ ଜଳମଗ୍ନ ହେବା ସହିତ ଲକ୍ଷl ଧିକ ଲୋକ ବିପନ୍ନ ଅବସ୍ଥା ରେ ଦିନ କାଟୁଛନ୍ତି l ହଜାର ହଜାର ଚାଷ ଜମି ରେ ଜଳମଗ୍ନ ହେବା ଦ୍ୱରା ଚାଷୀମାନଙ୍କର ମେରୁଦଣ୍ଡ ଭାଙ୍ଗି ଦେଇଛି ବରୀ କାଇପଡା ମୁଖ୍ୟ ରାସ୍ତା ର ସାଇମନ୍ଦିର ନିକଟରେ ବନ୍ୟାଜଳ ର ୬ ଫୁଟ ର ସ୍ରୋତ ଚାଲିବା ଦ୍ୱରା କାଇପଡା ବାହ୍ୟଜଗତରୁ ବିଛିନ୍ନ ହେlଇପଡିଛି l ଖରେସ୍ରୋତା ତାହାର ଶାଖା ନଦୀ ନୂଆନଦୀ ବନ୍ୟା ରେ ଭଅଁରା, ରମ୍ପା, ବୋଦୁଅ, ଅରଙ୍ଗାବାଦ, ରତଲାଙ୍ଗ, ଉଦୟନାଥପୁର, ଅଲିପୁର, ଅନ୍ୟାସପୁର, ବରୀ, ବାଲିବିଲି, କଳାମାଟିଆ, ଅଙ୍ଗାଳେl, ମଧୂସୁଦନ ବିସୃତ ଅଞ୍ଚଳ ପାଣି ଘେରରେ ବୁଡି ରହିଛି ଲୋକଙ୍କ ଦୁର୍ଦଶା ବଢ଼ୁଛି l ସେହିପରି ବ୍ରାହ୍ମଣୀ ନଦୀର ବାଙ୍କସାହି, ଅରୁଆଳ, ଚନ୍ଦନପୁର ଘାଇ ହେବା ଦ୍ୱରା ପୁର୍ଣବାର ସେହିଘାଇ ରେ ବନ୍ୟା ପାଣି ଆସି କିମ୍ଭିରିଆପାଳ, ବlଇଁଶୀରିଆ, ଅଟିରା, ଚନ୍ଦନପୁର, ମନ୍ଦlରୀ, ସେରପୁର, ଅମଠପୁର, ରତ୍ନଗିରି, ଗମୁ, ମହାକାଳପଡା ପଞ୍ଚାୟତର ସ୍ଥାନ ମାନଙ୍କ ରେ ଜଳମଗ୍ନ କରିପକାଇଛି l ସେହିପରି ଲଗାଣ ବର୍ଷା ଫଳରେ ସାହୁପଡା, ଧାରପୁର, ବାଲିଆ, ଇଶାଣପୁର,, ସ୍ୱାଇଁଖଣ୍ଡ, ଗୋଳକୁଣ୍ଡ ପଞ୍ଚାୟତର ଜନସାଧାରଣ ଅକଥନୀୟ ଅବସ୍ଥା ରେ ରହିବା ସହ ଚାଷ ଜମି ବୁଡି ରହିଛି l ଆଜି ସକାଳୁ ବ୍ରାହ୍ମଣୀ ସ୍ରୋତ ରେ ଶିବାଛକ -ଇନ୍ଦାରୋଇ ପୋଲ ଉପରେ ବନ୍ୟାପାଣି ମାଡିଯିବା ପ୍ରଖର ସ୍ରୋତ ରେ ଇନ୍ଦାରୋଇ ଗ୍ରାମର ମୁନା ବେହେରା ଭାସି ଯାଇଥିବା ବେଳେ ସାହସପୁର ଗ୍ରାମର ଦୁନିଆ ଦଲେଇ ଓ ତାଙ୍କ ସାଥୀ ପାଣି କୁ ଡେଇଁ ସ୍ରୋତ ରୁ ମୁନା କୁ ଉଦ୍ଧାର କରିଥିବା ଜଣାଯାଇଛି l ବନ୍ୟା ପାଣି ଗୃହପାଳିତ ପଶୁପକ୍ଷୀ ମଧ୍ୟ୍ୟ ହଇରାଣ ହରକତ ହେlଇଛନ୍ତି l ସେହିପରି ବରୀ ନିର୍ବାଚନମଣ୍ଡଳୀ ର ଛତିଶଦେବିଲ, ସୁଜନପୁର, ଏରବାଙ୍କ, ସାହସପୁର ପଞ୍ଚାୟତରରେ ବନ୍ୟାପାଣି ପଶିଥିବା ଦେଖିବାକୁ ମିଳିଛି l ଉପରେ ବର୍ଷା ତକେ ବନ୍ୟା ଯୋଗୁ ଲୋକମାନେ ହଇରାଣ ହରକତ ସହ ବହୁ ସ୍ଥାନରେ ଗ୍ରାମ ରାସ୍ତା ବୁଡିଥିବା ରୁ ବାହାରକୁ ଆସିବା କଷ୍ଠ ସାଧ୍ୟ୍ୟ ହେlଇଛି l ଘାଇ ମରାମତି କାର୍ଯ୍ୟ ଚାଲିଥିଲେ ମଧ୍ୟ୍ୟ ବନ୍ୟା ପାଣି ରୋକ ବି ସଫଳ ହେଇନଥିଲା ଫଳରେ ବନ୍ୟା ପାଣି ବିଭିନ୍ନ ଗାଁ ମୁହାଁ ହେlଇଛି l ବନ୍ୟା ଘେରା ରେ ଥିବା କିମ୍ଭୀରଆପାଳ, ଚନ୍ଦନପୁର, ବାଲିବିଲି ସ୍ଥାନରେବ୍ଳକ ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ଦିଆଯାଇଥିବା ବିଡ଼ିଓ ମିନତୀ ଜଗଦେବ ସୂଚନା ଦେଇଛନ୍ତି l