Hot Posts

6/recent/ticker-posts

ନର୍ଲା ଥାନାର ତିନି ଅଧିକାରୀଙ୍କ ନାଁରେ ସେହି ଥାନାରେ ଏତଲା

ନର୍ଲା, ୨୦/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : ସାଧାରଣତଃ ଲୋକେ ବିଭିନ୍ନ ଅଭିଯୋଗ ନେଇ ତାହାର ସମାଧାନ ପାଇଁ ଥାନାର ଦ୍ୱାରସ୍ଥ ହୋଇଥାନ୍ତି। କିନ୍ତୁ ନର୍ଲା ଥାନାରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଥାନାରେ କାର୍ଯ୍ୟରତ ତିନି ଅଧିକାରୀଙ୍କ ବିରୋଧରେ ସେହି ଥାନାରେ ହିଁ ଅଭିଯୋଗ କରାଯାଇଛି। ସୂଚନା ଅନୁସାରେ, ଚଳିତ ମାସ ୧୦ ତାରିଖରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ମାଡେଲ ଗାଁର ନୀଳମଣି ବିନାୟକଙ୍କୁ କୌଣସି ଏକ ଅଭିଯୋଗ ଆଧାରରେ ନର୍ଲା ଥାନାକୁ ନିଆଯାଇଥିଲା। ସେଠାରେ କାର୍ଯ୍ୟରତ ତିନି ଅଧିକାରୀ—ବିଜୟ ରାଜ ମାଝୀ, ଅବନୀ ଖୁରା ଓ ପ୍ରଦୀପ ସେଠୀ—ତାଙ୍କୁ ଜାତିଆ ଆକ୍ଷେପ କରିବା ସହ ପ୍ରବଳ ମାଡ଼ ମାରିଥିବା ନୀଳମଣି ଅଭିଯୋଗ କରିଛନ୍ତି। ନୀଳମଣି ନିଜକୁ ଅନୁସୂଚିତ ଜାତିର ବୋଲି ଦର୍ଶାଇ, ଜାତିକୁ ଆକ୍ଷେପ କରି ନିର୍ଯାତନା ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ କଳାହାଣ୍ଡି ଜିଲ୍ଲା ସିଡୁଲ୍ଡ କାଷ୍ଟ ଫେଡେରେସନ ନୀଳମଣିଙ୍କ ସହ ନର୍ଲା ଥାନାରେ ପହଞ୍ଚି ଅଭିଯୋଗ କରିଛି। ତେବେ ଅଭିଯୋଗର ସତ୍ୟତା କଣ, ଘଟଣା ସମୟରେ ପ୍ରକୃତରେ କଣ ଘଟିଥିଲା ଏବଂ ଅଭିଯୋଗରେ ନାମିତ ଅଧିକାରୀମାନଙ୍କ ଭୂମିକା କଣ—ତାହା ନିରପେକ୍ଷ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ଏହି ଘଟଣାକୁ ନେଇ ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ପ୍ରକୃତ ତଥ୍ୟ ସାମ୍ନାକୁ ଆଣିବାକୁ ଦାବି ହେଉଛି।




କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ