କଳାହାଣ୍ଡି, ୨୦/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା,ଥୁଆମୂଳ ରାମପୁର ବ୍ଲକ ଥୁଆମୁଳ ରାମପୁର ଠାରୁ ଭବାନିପାଟଣା ଭାୟା ଗୁଣପୁର ରାସ୍ତାର କାଣିଗୁମା ନିକଟରେ ଘଟିଛି ଏକ ଦୁର୍ଘଟଣା । ଗତ ବିଳମ୍ବିତ ରାତିରେ ଏକ କଟା ୟୁକାଲିପଟାସ ଗଛ ବୋଝେଇ ହେଇ ଭବାନିପାଟଣା ଅଭିମୁଖେ ଯାଉଥିବା ୟୁପି ୯୫ଟି ୨୫୦୦ ନମ୍ବର ବିଶିଷ୍ଟ ଏକ ଟ୍ରକ କାଣିଗୁମା ନିକଟରେ ଓଲଟି ପଡିଛି I ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗୌତମ ବିଶ୍ଵକର୍ମା ଏବଂ ରାଜାରାମ ପଟେଲ ନାମକ ଦୁଇ ଟ୍ରକ ଚାଳକ ଏବଂ ସହଯୋଗୀ ସାମାନ୍ୟ ଆହତ ହେଇଥିବା ବେଳେ ସେମାନଙ୍କୁ ସ୍ଥାନୀୟ ଯୁବକମାନେ ଉଦ୍ଧାର କରି ସ୍ଥାନୀୟ ସ୍ୱାସ୍ଥ୍ୟ ସ୍ବରାଜ ଦ୍ବାରା ପରିଚାଳିତ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଟ୍ରକର କ୍ଷମତା ଠାରୁ ଅଧିକ ପରିମାଣରେ କଟା ଗଛ ବୋଝେଇ ହେବାରୁ ଟ୍ରକ ସାଇଡ ମାରିବା ଯୋଗୁଁ ରାସ୍ତାକଡର ପୋଲର ସୁରକ୍ଷା ବାଡରେ ଧକ୍କା ହେଇଥିଲା I ଫଳରେ ଚାଳକ ଟ୍ରକକୁ ନିୟନ୍ତ୍ରଣ କରିବାରେ ବିଫଳ ହେବା ଯୋଗୁଁ ରାସ୍ତା କଡରେ ଓଲଟି ପଡିଛି I ଉଭୟ ଚାଳକ ଏବଂ ସହଯୋଗୀ ସୁସ୍ଥ ହେବା ପରେ ଆଜି ଗୁରୁବାର ଦିନ ୧୧ଟା ବେଳେ ସ୍ୱାସ୍ଥ୍ୟ ହେବାରୁ ରିଲିଫ କରାଯାଇଛି ।
କଳାହାଣ୍ଡି ଜିଲ୍ଲା, ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ


