ଉତ୍କଳମଣି ସେବା ସଙ୍ଗଠନ ପକ୍ଷରୁ ୮୦ ତମ ସ୍ୱାଧିନତା ଦିବସ ପାଳିତ
ଧର୍ମଶାଳା,୧୬/୦୮( ନିରୋଜ କୁମାର ସେଠୀ ) : ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଜେନାପୁର ବ୍ରାହ୍ମଣୀ ନଦୀ ପାର୍ଶ୍ୱ ବାଲିଯାତ୍ରା ପଡିଆସ୍ଥିତ ଉତ୍କଳମଣି ପଣ୍ତିତ ଗୋପବନ୍ଧୁ ଦାସଙ୍କ ସ୍ମୃତିପୀଠ ପ୍ରାଙ୍ଗଣରେ ଉତ୍କଳମଣି ସେବା ସଙ୍ଗଠନ ପକ୍ଷରୁ ୮୦ ତମ ସ୍ୱାଧୀନତା ଦିବସ ଯଥା ନିର୍ଦ୍ଧାରିତ ସମୟରେ ପତାକା ଉତ୍ତୋଳନ କର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଲଗାଣ ବର୍ଷା ସତ୍ତ୍ୱେ ସଙ୍ଗଠନ ଉପଦେଷ୍ଠା ମଣ୍ଡଳୀ ସଭ୍ୟ ପ୍ରମୋଦ କୁମାର ମଲ୍ଲିକଙ୍କ ସୁପରିଚାଳନାରେ ଅଶ୍ବିନୀ କୁମାର ପଟ୍ଟନାୟକ ପତାକା ଉତ୍ତୋଳନ କରିଥିବା ବେଳେ ସୁଦର୍ଶନ ପ୍ରଧାନ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପତାକା ଉତ୍ତୋଳନ ସମୟରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଜେନାପୁର ବିଦ୍ୟାର୍ଥୀମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ମଣ୍ଡଳୀର ସଭ୍ୟ ପ୍ରଫୁଲ୍ଲ କୁମାର ଦାସ, ଅଜୟ କୁମାର ଦାସ , ରବିନାରାୟଣ ଦାସ , ପ୍ରତାପ କୁମାର ଦାସ, ଅର୍ଜୁନ କୁମାର ଦାସ, ବିଷ୍ଣୁ ଚରଣ ଓଝା, ରଘୁନାଥ ଶତପଥୀ , କ୍ଷେତ୍ରବାସୀ ରାଉତ, ସହସମ୍ପାଦକ ପ୍ରହଲ୍ଲାଦ ପାତ୍ର , କୋଷାଧକ୍ଷ ରାମ ଚନ୍ଦ୍ର ମହାନ୍ତି, ସହ କୋଷାଧକ୍ଷ କୁନିଲ୍ ରାଉତ, ସଂଯୋଜକ ନିଷ୍କାନ୍ତ ଖଟୁଆ, ସାମାଜିକ ଗଣମାଧ୍ୟମ ଦାୟିତ୍ଵରେ ଥିବା ରୁଦ୍ର ପ୍ରସନ୍ନ ଓଝା, ସରସ୍ୱତୀ ଶିଶୁ ମନ୍ଦିର ଗୁରୁଜୀ ମହେଶ୍ବର ପଣ୍ଡା , ସଭ୍ୟ ସୁରେନ୍ଦ୍ର କୁମାର ଦାସ, କ୍ଷିରୋଦ ଦଲାଇ , ବିଭୂ ପ୍ରସାଦ ଦାସ, ବିଭୂତି ପ୍ରସାଦ ଶତପଥୀ ଓ ଧନେଶ୍ୱର ରାଉତ ପ୍ରମୁଖ ଅଂଶ ଗ୍ରହଣ କରି ସାଫଲ୍ୟ ମଣ୍ତିତ କରିଥିଲେ ।