ରାୟଗଡ ସାହିତ୍ୟ ମହୋତ୍ସବ* ଆନୁକୂଲ୍ୟରେ ଆୟୋଜିତ *ଆସ ପଢିବା* କାର୍ଯ୍ୟକ୍ରମ
ରାୟଗଡ଼ା, ୧୬/୦୮ ( ଭି. ଗୌରି ଶଙ୍କର ରାଓ ) : ସ୍ୱାଧୀନତା ଦିବସ ଅବସରରେ ଆଜାଦ୍ ହିନ୍ଦ୍ ୟୁଥ୍ ଆସୋସିଏସନ୍ ପାଠାଗାରରେ ଏକ ସାହିତ୍ୟଭିତ୍ତିକ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଡଃ ଦୁଷ୍ମନ୍ତ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମକୁ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ଅର୍ଚ୍ଚନା ପଟ୍ଟନାୟକ ଉଦ୍ଘାଟନ କରିଥିଲେ। ଏହି ଅବସରରେ ବିଭିନ୍ନ ସାହିତ୍ୟ ଅନୁଷ୍ଠାନର ସଦସ୍ୟ ସଦସ୍ୟାମାନେ ପାଠାଗାରରେ ନିଜ ପସନ୍ଦର ପୁସ୍ତକ ପାଠ କରିବା ସହ ସେହି ପୁସ୍ତକର ବିଷୟବସ୍ତୁ ସମ୍ପର୍କରେ ଉପସ୍ଥିତ ପାଠକମାନଙ୍କୁ ସୂଚନା ଦେଇଥିଲେ। ଏଥିସହ ସମାଜରେ ପାଠକ ଓ ପାଠାଭ୍ୟାସର ଗୁରୁତ୍ୱ ନେଇ ସେମାନେ ନିଜ ନିଜ ମତାମତ ରଖିଥିଲେ। କାର୍ଯ୍ୟକ୍ରମରେ ଅସିତ୍ କୁମାର ଦାଶ, କାଳୀଚରଣ ମହାରଣା, ଅଜୟ କୁମାର ମହାରଣା, ପପିନୀ ମହାରଣା, ମହାଶ୍ୱେତା ପାଣିଗ୍ରାହୀ, ତ୍ରିବେଣୀ ମିଶ୍ର, କୃଷ୍ଣପ୍ରିୟା ସାହାଣୀ, ଲୋକନାଥ ପଣ୍ଡା, ସସ୍ମିତା ମିଶ୍ର, ରାଜଲକ୍ଷ୍ମୀ ଦେବୀ, ମନୋଜ କୁମାର ଶତପଥି, ଅରୁଣ କୁମାର ପାଣିଗ୍ରାହୀ, ଜଗଦୀଶ ଚନ୍ଦ୍ର ଦୋରା, ସନ୍ଧ୍ୟାରାଣୀ ପାତ୍ର, ଲାବଣ୍ୟ ମୋହନ ପଟ୍ଟନାୟକ, ଶିବ ପ୍ରସାଦ ମିଶ୍ର, ଡଃ ଅଶୋକ କୁମାର ମିଶ୍ର, ବିନାୟକ କର, ପ୍ରଶାନ୍ତ ବିଶୋଇ, କୁମାରୀ ଚିନୁ, ମୁଲେଟି ହରିଶ, ମଧୁସ୍ମିତା ଦାଶ, ତନ୍ମୟ ଦାଶ ଓ ଇ. ଗୌରି ଶଙ୍କର ରାଓ ପ୍ରମୁଖ ଯୋଗଦେଇଥିଲେ। ଶେଷରେ ନୀଳମଣି ପାଟ୍ଟଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ।