Hot Posts

6/recent/ticker-posts

ସୁବାସ ସିଂହଙ୍କୁ ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ ସଭାପତି ଦାୟିତ୍ୱ

କଟକ, ୨୩/୦୮ ( କାହୁଁ ଚରଣ ବାରିକ ) : କଟକ ମହାନଗର ନିଗମ (CMC)ର ମେୟର ତଥା ବରିଷ୍ଠ ଶ୍ରମିକ ନେତା ସୁବାସ ସିଂହଙ୍କୁ ବିଜୁ ଶ୍ରମିକ ସାମୁଖ୍ୟ (BSS)ର ରାଜ୍ୟ ସଭାପତି ଭାବେ ନୂତନ ଦାୟିତ୍ୱ ମିଳିଛି। ବିଜୁ ଜନତା ଦଳ (BJD)ର ଶ୍ରମିକ ସଂଗଠନକୁ ରାଜ୍ୟସ୍ତରରେ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ରାଜ୍ୟର ବିଭିନ୍ନ ସଂଗଠିତ ଓ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କ ସମସ୍ୟା, ଅଧିକାର ଓ ଦାବିକୁ ନେଇ ସଂଗଠନ ପକ୍ଷରୁ ଆନ୍ଦୋଳନକୁ ଆହୁରି ଜୋରଦାର କରିବା ଦିଗରେ ସୁବାସ ସିଂହଙ୍କ ନୂତନ ଦାୟିତ୍ୱ ଗୁରୁତ୍ୱ ବହନ କରୁଛି। ଦୀର୍ଘଦିନ ଧରି ଶ୍ରମିକ ସଂଗଠନ ସହ ଜଡ଼ିତ ଥିବା ସୁବାସ ସିଂହଙ୍କୁ ରାଜ୍ୟ ସଭାପତି ଦାୟିତ୍ୱ ମିଳିବା ପରେ ବିଜୁ ଶ୍ରମିକ ସାମୁଖ୍ୟର ସାଂଗଠନିକ କାର୍ଯ୍ୟକଳାପ ଆହୁରି ବ୍ୟାପକ ହେବ ବୋଲି ଦଳୀୟ ମହଲରେ ଆଶା ପ୍ରକାଶ ପାଇଛି।