Hot Posts

6/recent/ticker-posts

କଂଗ୍ରେସ ପକ୍ଷରୁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରଶିକ୍ଷଣ ଶିବିର।

ବୋଲଗଡ଼, ୨୩/୦୮ (ସୁଶାନ୍ତ କୁମାର ପ୍ରଧାନ) : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ସାନପଦର ପଞ୍ଚାୟତସ୍ଥିତ ଭକ୍ତ ଚରଣ କଲ୍ୟାଣ ମଣ୍ଡପ ପରିସରରେ କଂଗ୍ରେସ ପକ୍ଷରୁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏକ ଦିବସୀୟ ବିଏଲଏ-୨ଙ୍କ ନିମନ୍ତେ ଏକ ପ୍ରଶିକ୍ଷଣ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି। ବିଏଲଏ-୨ଙ୍କ ପାଇଁ ପ୍ରଶିକ୍ଷଣ ଶିବିରରେ ବିଏଲଏ-୧ ମାର୍ଗଦର୍ଶକ ଇଂ ସତ୍ୟଜିତ୍ ପଟ୍ଟନାୟକ (ମିଳନ) ସଭାପତିତ୍ୱ କରିଥିଲେ। ବେଗୁନିଆ-ବୋଲଗଡ଼ ନିର୍ବାଚନ ମଣ୍ଡଳୀ ପକ୍ଷରୁ ପ୍ରଦେଶ କଂଗ୍ରେସ କମିଟି ପର୍ଯ୍ୟବେକ୍ଷକ ସ୍ୱାଗତିକା ପଟ୍ଟନାୟକ ପ୍ରଶିକ୍ଷକ ଭାବେ ଯୋଗଦେଇ ବିଏଲଏ-୨କୁ ପ୍ରଶିକ୍ଷଣ ଦେଇଥିଲେ। ଏଥିରେ ଅତିଥି ଭାବେ ରାଜ୍ୟ ମହିଳା କଂଗ୍ରେସ ଉପସଭାପତି ଜୟଶ୍ରୀ ପଟ୍ଟନାୟକ, ପୂର୍ବତନ ଜିଲ୍ଲା ସଭାପତି ତାରା ପ୍ରସାଦ ପଟ୍ଟନାୟକ, ସାନପଦର ପ୍ରାକ୍ତନ ସରପଞ୍ଚ ତଥା ପୂର୍ବତନ ବ୍ଲକ ଯୁବ କଂଗ୍ରେସ ସଭାପତି ରଘୁନାଥ ସାହୁ, ବ୍ଲକ କଂଗ୍ରେସ ଉପସଭାପତି ଶଙ୍କର୍ଷଣ ରାଉତ, ବାଙ୍କୋଇ ଜୋନ କଂଗ୍ରେସ ସଭାପତି ସର୍ବେଶ୍ୱର ମାର୍ଥା ଓ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ଉପସଭାପତି ସୁଧାଂଶୁ ଶେଖର ସୁବୁଦ୍ଧି ପ୍ରମୁଖ ଯୋଗଦେଇଥିଲେ। ସେହିପରି ନିରଞ୍ଜନ ସାମନ୍ତରାୟ, ସନ୍ତୋଷ କୁମାର ଛୋଟରାୟ, ରଶ୍ମି ରଞ୍ଜନ ରାଉତରାୟ, ଗୋବିନ୍ଦ ଚନ୍ଦ୍ର ସାହୁ, ରାଧାରାଣୀ ପୃଷ୍ଟି, ଅନୁପମା ବଳିଆରସିଂହ ପ୍ରମୁଖ ମାନେ ଯୋଗଦେଇ ପ୍ରଶିକ୍ଷଣରେ ଅଂଶ ଗ୍ରହଣ କରିଥିଲେ। ବିଶେଷ ଭାବେ ମମତା ବାରିକଙ୍କ ସମେତ କେତେକ ମହିଳା ଓ ପୁରୁଷ କର୍ମ୍ମୀ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ।ପରିଶେଷରେ ବ୍ଲକ କଂଗ୍ରେସ ସଭାପତି ରମାକାନ୍ତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।