ବୋର୍ଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରାକ୍ଷୀ ପ୍ରସ୍ତୁତି
କଳାହାଣ୍ଡି, ୨୬/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ବୋର୍ଡାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରାକ୍ଷୀ ପ୍ରସ୍ତୁତି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ବିଦ୍ୟାଳୟରେ ଛାତ୍ରୀମାନଙ୍କ ମଧ୍ୟରେ ଭାଇ-ଭଉଣୀର ପବିତ୍ର ସମ୍ପର୍କର ପ୍ରତୀକ ରାକ୍ଷୀ ପ୍ରସ୍ତୁତିକୁ ନେଇ ଉତ୍ସାହ ଦେଖାଦେଇଥିଲା। ଏହି ରାକ୍ଷୀ ପ୍ରସ୍ତୁତି କାର୍ଯ୍ୟରେ ଅନିତା ଲେଙ୍କା, ଗୀତାଞ୍ଜଳି ସରାଫ, ଦୁର୍ବାସିନୀ ବାଗ, ବବିତା ଗହିର, ହେମାଙ୍ଗିନୀ ବାଗ, ଐଶ୍ୱର୍ଯ୍ୟା ସାହୁ ଓ ତ୍ରିବେଣୀ ନିଆଲ ପ୍ରମୁଖ ଯୋଗଦେଇ ରାକ୍ଷୀ ପ୍ରସ୍ତୁତ କରିଥିଲେ। ପ୍ରାକୃତିକ ଓ ସରଳ ସାମଗ୍ରୀରେ ଆକର୍ଷଣୀୟ ରାକ୍ଷୀ ପ୍ରସ୍ତୁତ କରି ଛାତ୍ରୀମାନେ ନିଜ ସୃଜନଶୀଳତାର ପରିଚୟ ଦେଇଥିଲେ। ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମନରେ ଭାଇ-ଭଉଣୀର ସ୍ନେହ, ପ୍ରେମ ଓ ପାରସ୍ପରିକ ସମ୍ପର୍କକୁ ଆହୁରି ଦୃଢ଼ କରିବା ସହିତ ସୃଜନଶୀଳତାର ବିକାଶରେ ସହାୟକ ହେଉଛି।
କଳାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ