Hot Posts

6/recent/ticker-posts

ବନ୍ୟା ପ୍ରଭାବିତଙ୍କୁ ଆଲଶୋରେ ଫାଉଣ୍ଡେସନର ଶୁଖିଲା ଖାଦ୍ୟ ବଣ୍ଟନ l

ବାଲେଶ୍ଵର, ୨୬/୦୮ ( ପ୍ରଭାକର ମଲ୍ଲିକ ) : ବାଲେଶ୍ୱର ଜିଲ୍ଲାର ବନ୍ୟା ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ଆଲଶୋରେ ଫାଉଣ୍ଡେସନ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ବନ୍ୟା ଯୋଗୁଁ ଦୁର୍ଦ୍ଦଶାରେ ଥିବା ପରିବାର ମାନଙ୍କ ନିକଟରେ ପହଞ୍ଚି ଫାଉଣ୍ଡେସନ ପକ୍ଷରୁ ଏହି ସହାୟତା ପ୍ରଦାନ କରାଯାଇଥିଲା। ଏହି ସେବା କାର୍ଯ୍ୟକ୍ରମରେ ଜ୍ଞାନରଞ୍ଜନ ଦାଶ (ଏମ୍‌ଡି), ଦେବାଶିଷ ଦାଶ (ନିର୍ଦ୍ଦେଶକ), ନିରାକାର ପଣ୍ଡା (କମ୍ପାନୀ ସମ୍ପାଦକ ଏବଂ CSR), ପ୍ରମୋଦ କୁମାର ମାନସିଂହ, କମଳ ଲୋଚନ ପାତ୍ର, ପ୍ରବୀର ଦାସ ଓ ଗୋବିନ୍ଦ ଭୂୟାଁ ପ୍ରମୁଖ ଉପସ୍ଥିତ ରହି ବନ୍ୟା ବିପନ୍ନଙ୍କୁ ସହାୟତା ବଣ୍ଟନ କରିଥିଲେ। ବିପଦ ସମୟରେ ଆଲଶୋରେ ଫାଉଣ୍ଡେସନର ଏହି ସହାୟତାମୂଳକ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛିl 


ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l