Hot Posts

6/recent/ticker-posts

ଗ୍ରେଡ ସବଷ୍ଟ୍ରକ୍ଚର ସୁରକ୍ଷା ବାଡ ଉଦ୍ଘାଟନ ପୂର୍ବରୁ ଲଗାଣ ବର୍ଷାରେ ଭୂଷୁଡିଲା

କଳାହାଣ୍ଡି, ୨୬/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : ସରକାରୀ ଅର୍ଥକୁ ବିଭାଗୀୟ ଅଧିକାରୀ ଯନ୍ତ୍ରୀ ଓ ସମ୍ପୃକ୍ତ ଠିକାଦାର ମିଳିମିଶି ଆତ୍ମସାତ କରିଥିବା ଘଟଣାର ପ୍ରକୃତ ରହସ୍ୟ ପଦାରେ ପଡି ଦାଣ୍ତରେ ଗଡିବା ଭଳି ଘଟଣା ସମ୍ମାକୁ ଆସିଛି। ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀ ଠିକାଦାରଙ୍କ ଅବହେଳା ସହିତ ପକେଟ୍ ଗରମ ମଉକା ଯୋଗୁଁ କୋଟି କୋଟି ଟଙ୍କା ବ୍ଯୟରେ ନିର୍ମାଣ ହୋଇଥିବା ସୁରକ୍ଷା ବାଡ ଏହି ଅଳ୍ପ ବର୍ଷାରେ ଭୂଷୁଡି ମାଟିରେ ମିଶିବା କେତେ ଦୂର ଯୁକ୍ତିସଙ୍ଗତ ବୋଲି ଆଲୋଚନା ହେଉଥିବା ଜଣାପଡିଛି। ଗରୀବ ଜନସାଧାରଣଙ୍କ ରାଜସ୍ୱ ଟଙ୍କା ସଂଗ୍ରହ ହୋଇ ସରକାରୀ ରାଜକୋଷରୁ କୁ ଯାଉଥିବା ଟଙ୍କାର ଦୁଃରପୋଯୋଗ କରାଯାଉଥିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହାର ଏକ ଜ୍ଜଳନ୍ତ ଉଦାହରଣ ହେଉଛି କଲାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ଗୁଣପୁର ନିକଟସ୍ଥ ଇଲେକ୍ଟ୍ରି ବିଭାଗ ତରଫରୁ ନୂତନ ଭାବେ ନିର୍ମାଣ ହେଉଥିବା ଗ୍ରୀଡ଼ ସବଷ୍ଟ୍ରକ୍ଚର ବିନା ସୂଚନା ଫଳକରେ ଆଜକୁ ତିନିବର୍ଷ ରୁ ଉର୍ଦ୍ଧ ସମୟ ହେଲା ନିର୍ମାଣ ଚାଲିଛି କିନ୍ତୁ ଏହା ଅଳ୍ପ ଦିନ ମଧ୍ୟରେ ଉଦ୍ଘାଟନ ହେବାଥିବା କୋଟି କୋଟି ଟଙ୍କାର ସୁରକ୍ଷା ବାଡ ଭୁଶୁଡ଼ି ପଡିବା ଏକ ଦୁଃଭାଗ୍ଯ ଜନିତ ଘଟଣା ନୁହେଁ ତୋ ଆଉ କଣ ହୋଇଥାଇପାରେ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏକା ସାଙ୍ଗରେ ଏହି ଭଳି ସବଷ୍ଟ୍ରକ୍ଚର ଅନ୍ଯାନ୍ଯ ସ୍ଥାନରେ ନିର୍ମାଣ ଶେଷ ହୋଇ କାର୍ଯ୍ୟକ୍ଷମରେ ହୋଇଥିବା ସୂଚନା ରହିଥିବା ବେଳେ ଏହି ଗୁଣପୁର ନିକଟସ୍ଥ ସବଷ୍ଟ୍ରକ୍ଚର ନିର୍ମାଣ କାହିଁକି ଶେଷ ହୋଇପାରିନାହିଁ। ଏପରିସ୍ଥଳେ ଏହାର ସୁରକ୍ଷା ବାଡ ଭୂଷୁଡି ପଡିଲାଣି ଲୋକଙ୍କ ଆଲୋଚନା ରୁ ଜଣାପଡିଛି ଯେ ଏହି ସୁରକ୍ଷା ବାଡ ଅତି ନିମ୍ନର ନିର୍ମାଣ ହୋଇଥିବା ଯୋଗୁଁ ଚଳିତ ବର୍ଷାର ଅଳ୍ପ ବର୍ଷାରେ କୋଟିଏ ଟଙ୍କାର ସୁରକ୍ଷା ବାଡ ଏତେ ଶିଘ୍ର ଭୂଷୁଡି ପଡିବା ଅଞ୍ଚଳରେ ଆଶ୍ଚର୍ଯ୍ୟ କରିଦେଇଛି। ଏନେଇ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି ଯେ ଧନ୍ୟ ଏହି ବିଭାଗର ଇଞ୍ଜିନିୟରଙ୍କୁ। ସୁରକ୍ଷା ବାଡ ରାତି ସମୟରେ ଭୂଷୁଡିବା ଏକ ସୁଭାଗ୍ଯର ବିଷୟ ହୋଇଥିବା ବେଳେ ଦିନ ବେଳା ଯଦି ଏହି ସୁରକ୍ଷା ବାଡ ଭୂଷୁଡି ଥାନ୍ତା ତେବେ କୌଣସି ନା କୌଣସି ଜନଜୀବନ ଉପରେ ପଡିବା ସମ୍ଭାବନାରୁ ଉଦ୍ଧାର ପାଇଯାଇଥିବା ବେଳେ ଏହି ସୁରକ୍ଷା ବାଡ ପରିସରରେ ଗୁନଧର ନାଏକ ନାମକ ନାମମାତ୍ର ଚାଷୀଙ୍କ ୧୦ ଗୋଟି ଆମ୍ବ ଗଛ ସବଷ୍ଟ୍ରକ୍ଚର ର ସୁରକ୍ଷା ବାଡ ଭୂଷୁଡି ବା ଫଳରେ ସେଗୁଡିକ ପୋତି ହୋଇଯାଇଥିବା ଘଟଣାକୁ ନେଇ ଅଭିଯୋଗ କରିଛନ୍ତି। ପୁଣି ଏହି ଆମ୍ବ ଗଛ ଗୁଡିକ ତିନିରୁ ଚାରି ବର୍ଷ ହୋଇଯାଇଥିଲେ ବର୍ଷକୁ ଅନ୍ତତଃ ଏହି ୧୦ ଗୋଟି ଆମ୍ବ ଗଛରୁ ହାରାହାରି ଦୁଇରୁ ଅଢେଇଲକ୍ଷ ଟଙ୍କା ରୋଜଗାର ହେବା ସମ୍ଭାବନା ରହିଥିଲା କିନ୍ତୁ ଏହି ଗରୀବ ପରିବାରଙ୍କୁ ଏହାର କ୍ଷତିପୂରଣ ବାବଦରେ ସହାୟତା କିଏ ଦେବ। ଏହାକୁ ନେଇ ଅଞ୍ଚଳରେ ବିଭାଗୀୟ ଅଧିକାରୀଙ୍କ ଠାରୁ ହିଁ ଏହାର କ୍ଷତିପୂରଣ ବାବଦରେ ସଂଗ୍ରହ କରାଯିବ ବୋଲି ଚର୍ଚ୍ଚା ଜୋର ଧରୁଛି। ଏଠାରେ ପ୍ରକାଶ ଥାଉ କି ଯେ ଉକ୍ତ ସବଷ୍ଟ୍ରକ୍ଚର ସୁରକ୍ଷା ବାଡ ନିମ୍ନମାନରେ ନିର୍ମାଣ କରିବା ଓ ଅର୍ଥ ଆତ୍ମସାତ କରିଥିବା ଯୋଗୁଁ ତାହା ଅଳ୍ପ ଦିନ ମଧ୍ୟରେ ଭୂଷୁଡି ପଡିଲା ବୋଲି ଅଞ୍ଚଳରେ ସନ୍ଦେହ ଘନେଇବାରେ ଲାଗିଛି ତେବେ ଏହାର ଉଚିତ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ହେଉଛି।



ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ