Hot Posts

6/recent/ticker-posts

କଥା କଟାକଟିକୁ ନେଇ ଯୁବକଙ୍କୁ ହତ୍ୟା

କଳାହାଣ୍ଡି, ୧୪/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ବଡ଼ପୋଡ଼ାଗୁଡ଼ା ଗାଁରେ ଅଭାବନୀୟ ଘଟଣା। ସାମାନ୍ୟ କଥାକୁ ନେଇ କଥା କଟାକଟି ପରେ ଜଣେ ଯୁବକଙ୍କୁ ଆକ୍ରମଣ ଓ ହତ୍ୟା ଅଭିଯୋଗ ହୋଇଛି। ମୃତ ଯୁବକ ହେଲେ ଲଳିତ ପୂଝାରୀ। କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗାଁରେ କଥା କଟାକଟିକୁ ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ। ସାମାନ୍ୟ କଥାକୁ ନେଇ ଯୁକ୍ତିତର୍କ ପରେ ଲଳିତ ପୂଝାରୀଙ୍କୁ ଆକ୍ରମଣ କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଘଟଣାରେ ଲଳିତଙ୍କ ମୃତ୍ୟୁ ହୋଇଛି। ପରିବାରର ଅଭିଯୋଗ ଆଧାରରେ ସୁଶାନ୍ତ ନାଏକଙ୍କୁ ଆମପାଣି ପୋଲିସ ଅଟକ ରଖିଛି। ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି। ତେବେ ହତ୍ୟାର ପ୍ରକୃତ କାରଣ ଓ ଘଟଣାର ସମ୍ପୂର୍ଣ୍ଣ ବିବରଣୀ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ