Hot Posts

6/recent/ticker-posts

ମାଟିଆ ଅଙ୍ଗନୱାଡି କେନ୍ଦ୍ର- ୧ ଠାରେ ପୋଷାକ ଓ ଜୋତା ବଣ୍ଟନ କାର୍ଯ୍ୟକ୍ରମ।

କେସିଙ୍ଗା, ୧୪/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଦେଓଗାଁ ଗ୍ରାମ ପଞ୍ଚାୟତ ଅଧିନସ୍ଥ ମାଟିଆ ଅଙ୍ଗନୱାଡ଼ି କେନ୍ଦ୍ର-୧ ଠାରେ ଅଙ୍ଗନୱାଡ଼ି କର୍ମୀ ତପସ୍ୱିନୀ ନାଏକଙ୍କ ନେତୃତ୍ୱରେ କେନ୍ଦ୍ରରେ ପ୍ରାକ୍ ବିଦ୍ୟାଳୟରେ ୪୦ ଜଣ ଶିଶୁମାନଙ୍କ ପାଇଁ ପୋଷାକ (ୟୁନିଫର୍ମ) ଓ ଜୋତା ବଣ୍ଟନ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି। ଅଙ୍ଗନୱାଡ଼ି କେନ୍ଦ୍ରକୁ ଆସୁଥିବା କୋମଳମତି ଶିଶୁମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କର ପ୍ରାକ୍-ବିଦ୍ୟାଳୟ ଶିକ୍ଷା ପାଇଁ ଆବଶ୍ୟକୀୟ ୟୁନିଫର୍ମ ଓ ଜୋତା ଯୋଗାଇ ଦିଆଯାଇଛି। କେନ୍ଦ୍ରର ସମସ୍ତ ନାମଲେଖା ହୋଇଥିବା ଛୋଟ ଛୋଟ ଶିଶୁମାନଙ୍କୁ ନୂଆ ପୋଷାକ ଓ ଜୋତା ବଣ୍ଟନ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଶ୍ରୀମତି ପୁର୍ବତନ ଶ୍ରୀମତି ବିମଳା ଭୋଇ ସରପଂଚ ଦେଓଗାଁ ଗ୍ରାମ ପଞ୍ଚାୟତ ଓ ସମ୍ମାନିତ ଅତିଥି ଭାବରେ ଶ୍ରୀମତି ହଂସିନୀ ପୋଢ଼ ଉପସ୍ଥିତ ଥିଲେ।ଅଙ୍ଗନୱାଡ଼ି କର୍ମୀ ତପସ୍ୱିନୀ ନାଏକଙ୍କ ସମେତ ସହାୟିକା, ଗାଁ କଲ୍ୟାଣ ସମିତି ସଭ୍ୟ ସଭ୍ୟା, ଅଭିଭାବକ, ମାତୃ କମିଟିର ସଦସ୍ୟା ପ୍ରମୁଖ ଉପସ୍ଥିତ ରହି ଶିଶୁମାନଙ୍କୁ ନୂତନ ପୋଷାକ ପ୍ରଦାନ କରିଥିଲେ। 



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ