Hot Posts

6/recent/ticker-posts

ବିଶ୍ୱନାଥପୁର ଠାରୁ ଲାଞ୍ଜିଗଡ ପର୍ଯ୍ୟନ୍ତ "ହର ଘର ତ୍ରିରଙ୍ଗା" ଶୋଭାଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି I

ଲାଞ୍ଜିଗଡ, ୧୪/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା,ଲାଞ୍ଜିଗଡ ବ୍ଲକରୁ ଆଜି ଶୁକ୍ରବାର ସକାଳ ୧୦ ଘଣ୍ଟା ୪୦ ମିନିଟ୍ ସମୟରେ ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଜଗନ୍ନାଥ ମନ୍ଦିର ଠାରୁ "ହର ଘର ତ୍ରିରଙ୍ଗା" ମଟର ସାଇକେଲ ଯୋଗେ ଏକ ଶୋଭାଯାତ୍ରା ବାହାରିଥିଲା I ଦେଶପ୍ରେମ ଓ ଜାତୀୟ ଏକତାର ବାର୍ତ୍ତା ନେଇ ଆୟୋଜିତ ଏହି ଶୋଭାଯାତ୍ରାରେ ରାଜ୍ୟ ଆଦିବାସୀ ମୁର୍ଚ୍ଛା ଉପସଭାପତି ରମେଶ ମାଝୀ,ଲାଞ୍ଜିଗଡ ଗୋଷ୍ଠୀ ଉନୟନ ଅଧିକାରୀ ସଶାଙ୍କ ପାତ୍ର,ଲାଞ୍ଜିଗଡ ତହସିଲଦାର ଡ଼ଃ ବନମାଳୀ ମେହେର, ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷI କମଳା ପାତ୍ର,ଲାଞ୍ଜିଗଡ ବ୍ଲକ ଉପାଧ୍ୟକ୍ଷ ସଂଜୀବ ନାୟକ,ଲାଞ୍ଜିଗଡ ବ୍ଲକ ଯୋଗାଣ ଅଧିକାରୀ ଦିଲ୍ଲୀପ ନାୟକ, ଲାଞ୍ଜିଗଡ ବ୍ଲକ ବି.ଏସ.ଏସ.ଓ ମହାପାତ୍ର ସାର,ଅଞ୍ଚଳିକ ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀଧର ପେସେନିଆ, ସମିତିସଭ୍ୟ ମନହର ହରପାଲ, ଲାଞ୍ଜିଗଡ ପଞ୍ଚାୟତ ସରପଞ୍ଚ ସରସ୍ବତୀ ମୁଣ୍ଡା, ଜଗନ୍ନାଥ ପୁର ସମିତିସଭ୍ୟ ପ୍ରଦୀପ ମାଝୀ, ସମିତିସଭ୍ୟ ଜଗଦିଶ ବେନିଆ, ଫୁଲମେ ମାଝୀ, ବିଶ୍ୱନାଥପୁର ମଣ୍ଡଳ ପ୍ରଭାରୀ ଶାନ୍ତୋଷ ବିଷି,ସହ ପ୍ରଭାରୀ ସୁବାଷ ଅଗ୍ରୱାଲ, ବିଶ୍ୱନାଥପୁର ମଣ୍ଡଳ ସଭାପତି ତୁଳସୀ ମାଝୀ,ଲାଞ୍ଜିଗଡ ପ୍ରଭାରୀ ତୋଫାନ ସୁନାନୀ,ଲାଞ୍ଜିଗଡ ମଣ୍ଡଳ ସଭାପତି ନରେନ୍ଦ୍ର ବେହେରା,ବିଜେପି ପାର୍ଟିର ବୈଜେଷ୍ଟ କର୍ମୀ ଲକ୍ଷ୍ମୀ ଧର ସନ୍ତୋଷ ରାୟ,ଅନନ୍ତ ପ୍ରଧାନି, ତ୍ରିନାଥ ପାତ୍ର,ସୁକୃ ମାଝୀ, ଭାଗିରଥି ଧଙ୍ଗଡ଼ାମାଝି,ଦୁଇ ଗୋଟି ମଣ୍ଡଳର ସାଧାରଣ ସମ୍ପାଦକ ଗୌତମ କୁମାର ନାଗ,ଅମରେଶ ବୁଦ୍ଧିଆ,ସଞ୍ଜୟ ସାହୁ,ବୁଲୁ ସାହୁ, ଲାଞ୍ଜିଗଡ ଆଶ୍ରମ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ବିଜେପି ସମସ୍ତ କାର୍ଯ୍ୟ କର୍ତ୍ତା ଉପସ୍ଥିତ ରହିଥିଲେ I ଏହି ଶୋଭାଯାତ୍ରାରେ ସାଧାରଣ ଜନତା ସାମିଲ ହୋଇଥିଲେ,ଏହି ଶୋଭାଯାତ୍ରାଟି ବିଶ୍ୱନାଥପୁର ବ୍ଲକ ଠାରୁ ମଟର ସମସ୍ତେ ତ୍ରିରଙ୍ଗା ଧରି ଦେଶଭକ୍ତିମୟ ସ୍ଲୋଗାନ ଦେଇ ଏହି ଶୋଭାଯାତ୍ରାଟି ୧୮ କିଲୋମିଟର ବିଭିନ୍ନ ଗ୍ରାମ ପରିକ୍ରମା କରିବା ସହ ଲାଞ୍ଜିଗଡ ସହରର ପ୍ରତେକ ସାହି ପରିକ୍ରମା କରି "ହର ଘର ତ୍ରିରଙ୍ଗା" ଅଭିଯାନରେ ସମସ୍ତେ ସାମିଲ ହୋଇ ଘରେ ଘରେ ଜାତୀୟ ପତାକା ଉଡ଼ାଇବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ ଦେଶଭକ୍ତିର ଭାବନାରେ ସାରା ପରିବେଶ ମୁଖରିତ ହୋଇଉଠିଥିଲା I ଏହି "ହର ଘର ତ୍ରିରଙ୍ଗା" ଶୋଭାଯାତ୍ରାଟି ଲାଞ୍ଜିଗଡ ଜଗନ୍ନାଥ ମନ୍ଦିର ଠାରେ ୧୨ ଘଣ୍ଟା ୨୦ ମିନିଟ ସମୟରେ ସମ୍ପୂର୍ଣ ହୋଇଥିଲା I



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ