କେସିଙ୍ଗା ସହରରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ
କଳାହାଣ୍ଡି, ୨୯/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ କେସିଙ୍ଗା ସହରର ବିଭିନ୍ନ ଖାଦ୍ୟ ସାମଗ୍ରୀ ଦୋକାନରେ ଚଢ଼ାଉ କରାଯାଇଛି। ଖାଦ୍ୟର ଗୁଣବତ୍ତା ଓ ନିରାପତ୍ତା ଯାଞ୍ଚ କରିବା ସହ ଅନିୟମିତତା ନେଇ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଚଢ଼ାଉ ସମୟରେ ପ୍ରାୟ ୩୮ କେଜି ଖାଦ୍ୟ ସାମଗ୍ରୀ ନଷ୍ଟ କରାଯାଇଥିବା ବେଳେ, ନିୟମ ଉଲ୍ଲଂଘନ କରିଥିବା ଦୋକାନୀଙ୍କ ଠାରୁ ମୋଟ ୧୩ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏଥିସହ ଏକ ମିକ୍ସଚର୍ର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ଏହି ଚଢ଼ାଉରେ ଖାଦ୍ୟ ନିରାପତ୍ତା ଅଧିକାରୀ ବିଶ୍ୱଜିତ୍ ନାଏକ, ନୋଡାଲ ଅଫିସର କିଶୋର ଚନ୍ଦ୍ର ଦାସ, ସୁଶାନ୍ତ କୁମାର ନାଏକ, ପ୍ରଶାନ୍ତ କୁମାର ବାରିକ ଓ ନରସିଂହ ବେହେରାଙ୍କ ସମେତ ପୁଲିସ କର୍ମଚାରୀମାନେ ସହଯୋଗ କରିଥିଲେ।
କଳାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ