Hot Posts

6/recent/ticker-posts

ଜାତୀୟ କ୍ରୀଡ଼ା ଦିବସ ଅବସରରେ ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ (ଲେଭେଲ୍ 3) ପ୍ରତିଯୋଗିତା ଆୟୋଜିତ ।

ନୂଆପଡ଼ା, ୨୯/୦୮ ( ପରମେଶ୍ୱର ମେହେର ) : ଜାତୀୟ କ୍ରୀଡ଼ା ଦିବସ ଅବସରରେ ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ ଆସୋସିଏସନ୍ ତତ୍ତ୍ୱାବଧାନରେ ନୂଆପଡ଼ା ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ୍ ପକ୍ଷରୁ ଜିଲ୍ଲା ସ୍ତରୀୟ ଅଣ୍ଡର-୧୩, ଅଣ୍ଡର-୧୫ ଓ ଅଣ୍ଡର-୧୭ ବ୍ୟାଡମିଣ୍ଟନ ପ୍ରତିଯୋଗିତା ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ (MPIS), ନୂଆପଡ଼ା ଠାରେ ଉତ୍ସାହର ସହ ଆୟୋଜିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମୋଟ ୮୦ ଜଣ ଖେଳାଳି ଅଂଶଗ୍ରହଣ କରି ନିଜ ପ୍ରତିଭାର ପ୍ରଦର୍ଶନ କରିଥିଲେ। କୁନି ଖେଳାଳିମାନଙ୍କ ମଧ୍ୟରେ ବ୍ୟାଡମିଣ୍ଟନ ପ୍ରତି ଆଗ୍ରହ ବୃଦ୍ଧି କରିବା ଏବଂ ଜିଲ୍ଲାରୁ ଭବିଷ୍ୟତର ପ୍ରତିଭାବାନ ଖେଳାଳି ସୃଷ୍ଟି କରିବା ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ପ୍ରତିଯୋଗିତାର ଉଦ୍‌ଘାଟନୀ ଉତ୍ସବରେ  ଜିଲ୍ଲା ବ୍ୟାଡମିଣ୍ଟନ ସଂଘ୍ ର ସଭାପତି ଶ୍ରୀ ସନ୍ତୋଷ ପଟ୍ଟନାୟକ, ସମ୍ପାଦକ ଶ୍ରୀ ସୁଦୀପ୍ତ ବିଶୋଇ, ଯୁଗ୍ମ ସମ୍ପାଦକ ଶ୍ରୀ ପ୍ରଭଞ୍ଜନ ସେଠୀ, କୋଷାଧକ୍ଷ ଶ୍ରୀ ଅକ୍ଷୟ ପାଢ଼ୀ ତଥା ସଂଘ ର କାର୍ଯ୍ୟକାରୀଣି ସଦସ୍ୟ ଶ୍ରୀ ରିତେଶ ବାବୁ, ଶ୍ରୀ ପ୍ରକାଶ ପାତ୍ର, ଶ୍ରୀ ପ୍ରେମଚାନ୍ଦ ବୈଠାରୁ ତଥା ଅନ୍ୟ ସଦସ୍ୟ ଙ୍କ ପ୍ରମୁଖ ସହଯୋଗ ରହିଥିଲା। ଏହି ଆୟୋଜନ ର ଉଦଯାପନୀ ସମାରୋହରେ ଶ୍ରୀଯୁକ୍ତ ମଧୁସୂଦନ ଦାଶ, ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ, ନୂଆପଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଖେଳାଳିମାନଙ୍କୁ ପୁରସ୍କୃତ କରିବା ସହ ଜାତୀୟ କ୍ରୀଡ଼ା ଦିବସର ଶୁଭେଚ୍ଛା ଜଣାଇବା ସହ କ୍ରୀଡ଼ା ମାଧ୍ୟମରେ ସୁସ୍ଥ ଓ ଶୃଙ୍ଖଳିତ ଜୀବନ ଗଠନର ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ରାଜେନ୍ଦ୍ର ପ୍ରସାଦ ବଢ଼େଇ, ଜିଲ୍ଲା କ୍ରୀଡ଼ା ଅଧିକାରୀ, ନୂଆପଡ଼ା ଉପସ୍ଥିତ ରହି ଜିଲ୍ଲାରେ ବ୍ୟାଡମିଣ୍ଟନ ଖେଳର ବିକାଶ ପାଇଁ ଆସୋସିଏସନ୍‌ର ପ୍ରୟାସକୁ ପ୍ରଶଂସା କରିଥିଲେ ଏବଂ ଯୁବ ଖେଳାଳିମାନଙ୍କୁ ନିରନ୍ତର ଅଭ୍ୟାସ କରି ଉଚ୍ଚ ସ୍ତରରେ ସଫଳତା ହାସଲ କରିବାକୁ ପ୍ରେରଣା ଦେଇଥିଲେ। ପ୍ରତିଯୋଗିତା ଶେଷରେ ବିଭିନ୍ନ ବର୍ଗର ବିଜେତା ଓ ରନର୍ସଅପ୍ ଖେଳାଳିଙ୍କୁ ପୁରସ୍କାର, ପଦକ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ନୂଆପଡ଼ା ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ୍‌ର କର୍ମକର୍ତ୍ତା, ପ୍ରଶିକ୍ଷକ, ଅଭିଭାବକ ଓ କ୍ରୀଡ଼ାପ୍ରେମୀମାନଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା।