Hot Posts

6/recent/ticker-posts

ଭବାନୀପାଟଣା ଇଣ୍ଡୋର ଷ୍ଟାଡିୟମ୍‌ରେ ଜାତୀୟ କ୍ରୀଡା ଦିବସ ପାଳିତ

କଳାହାଣ୍ଡି, ୨୯/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଇଣ୍ଡୋର ଷ୍ଟାଡିୟମ୍‌ ଠାରେ ପାଳିତ ହୋଇଛି ଜାତୀୟ କ୍ରୀଡା ଦିବସ। ମହାନ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନକୁ ସ୍ମରଣ କରି ପ୍ରତିବର୍ଷ ଅଗଷ୍ଟ ୨୯ ତାରିଖରେ ଏହି ଦିବସ ପାଳନ କରାଯାଏ। ଏହି ଅବସରରେ ଇଣ୍ଡୋର ଷ୍ଟାଡିୟମ୍‌ରେ ବିଭିନ୍ନ କ୍ରୀଡା କାର୍ଯ୍ୟକ୍ରମ ସହ କ୍ରୀଡ଼ାବିତ୍‌ମାନଙ୍କୁ ଉତ୍ସାହିତ କରାଯାଇଥିଲା। କାର୍ଯ୍ୟକ୍ରମରେ କ୍ରୀଡାର ଗୁରୁତ୍ୱ, ଯୁବପିଢ଼ିଙ୍କୁ କ୍ରୀଡା ପ୍ରତି ଆକୃଷ୍ଟ କରିବା ଏବଂ ଜିଲ୍ଲାରୁ ଅଧିକ ପ୍ରତିଭାବାନ କ୍ରୀଡ଼ାବିତ୍‌ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଉପସ୍ଥିତ ଅତିଥିମାନେ କ୍ରୀଡ଼ାବିତ୍‌ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ନିୟମିତ ଭାବେ କ୍ରୀଡା ଅଭ୍ୟାସ କରି ଜିଲ୍ଲା ଓ ରାଜ୍ୟର ନାମ ଉଜ୍ଜ୍ୱଳ କରିବାକୁ ଆହ୍ୱାନ ଦେଇଥିଲେ। ଜାତୀୟ କ୍ରୀଡା ଦିବସ ଅବସରରେ କ୍ରୀଡ଼ାବିତ୍‌, ପ୍ରଶିକ୍ଷକ ଓ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା।





କଳାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ