Hot Posts

6/recent/ticker-posts

ସିଡିଏରେ ଆରମ୍ଭ ହେଲା ଶ୍ରାବଣୀ ମେଳା, ଦୋଳି ସାଙ୍ଗକୁ ଘରକରଣା ସାମଗ୍ରୀ କିଣିବାକୁ ଭିଡ଼

କଟକ, ୨୨/୦୮ ( କାହୁଁ ଚରଣ ବାରିକ ) : ପ୍ରତେକ ବର୍ଷ ଭଳିଚଳିତ ବର୍ଷ ମଧ୍ୟ ସିରିଡ଼ି ସାଇବାବା ଏଣ୍ଟେର ପ୍ରାଇଜେସ ପକ୍ଷରୁ ଏ ବର୍ଷ ର ଶ୍ରାବଣ ମେଳା ଆରମ୍ଭ ହୋଇଯାଇଛି ଏଇ ମେଳା ତା 21.8. 2026 ରୁ 10.9.2026 ପର୍ଯ୍ୟନ୍ତ cda 6 ନମ୍ବର ଦମକଳ ଅଫିସ ପାଖ ଦମକଳ ଅଫିସ ପାଖକୃଷକ ବଜ଼ାର ଠାରେ (ପେଟନାଳ ପାର୍ଶ୍ୱରେ ) ଅନୁଷ୍ଠିତ ହେଉଅଛି ଦୋଳି ଖେଳ ମଜା ସହିତ ସୁସ୍ୱାଦୁ ଖାଦ୍ୟ ଓ ଘର କରଣ ସାମଗ୍ରୀ ର ଭଣ୍ଡାର ଏଠାରେ ଦେଖିବାକୁ ମିଳିବ. ପ୍ରବଣ ପୂର୍ବରୁ ଉକ୍ତ ସଂସ୍ଥାର ଏହିଭଳି ଆୟୋଜନ କୃତିମ ବଳିୟାତ୍ରା ର ଭ୍ରମ ସୃଷ୍ଟି କରୁଛି. ତେବେ cda ତଥା ଆଖପାଖ ଅଂଚଳରେ ଶିଶୁ ଓ ଯୁବପିଢ଼ି ଙ୍କ ମନୋରଞ୍ଜନ ପାଇଁ ଉଦିଷ୍ଟ ଏହି କାର୍ଯ୍ୟକ୍ରମ ସାଧାରଣରେ ବେଶ ଆଦୃତ ହୋଇଥିବାବେଳେ ଏବର୍ଷ ପୁଣି ଏକ ନୂଆରୁପାରଙ୍ଗରେ ଶ୍ରାବଣୀ ମେଳା ନାମରେ ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ଵିଧି ବଧ ଭାବରେ ବିଶିଷ୍ଟ ଗାନ୍ଧିବାଦୀ ବିଶ୍ୱଜିତ ସୂର୍ଯ୍ୟବଂଶୀ. ହିନ୍ଦୁସେନା ରାଜ୍ୟ ସଭାପତି ଦେବାଶିଷ ରାଉତ. ସମ୍ପାଦକ ସୌମିତ୍ରା ଲେଙ୍କା. ଦୋଳିମହା ସଂଘର ସଭାପତି ଅନନ୍ତ ଚରଣ ସାହୂ. ବିଡାନାସୀ ର ବରିଷ୍ଠ ନାଗରିକ ଦୁର୍ଯ୍ୟୋଧନ ନାୟକ ସ୍ଥାନୀୟ କର୍ପୋରେଟର ରିତାଞ୍ଜଳୀ ବେହେରା. ପ୍ରମୁମୁଖ ଉପସ୍ଥିତ ରହି ମେଳା କୁ ଶୁଭ ଉଦଘାଟନ କରିଥିଲେ ଦୋଳିଖେଳ ସାଙ୍ଗକୁ ଘରକରଣl ଜିନିଷ କିଣିବା ପାଇଁ ଏଠାରେ ମହିଳାମାଙ୍କର ବେଶ ଭିଡ ଦେଖିବାକୁ ମିଳିଛି।