Hot Posts

6/recent/ticker-posts

*କଦମଗୁଡା ପଞ୍ଚାୟତ ର ସହ ସହ ବିଜେଡି ଓ କଂଗ୍ରେସ କର୍ମୀ ଦଳ ଛାଡି ବିଜେପି ରେ ସାମିଲ ହେଲେ*

ଲାଞ୍ଚିଗଡ଼, ୨୩/୦୮ ( ଶେଖର ସୁମନ ଦାଶ ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କଦମଗୁଡା ଗ୍ରାମ ପଞ୍ଚାୟତ ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ପଞ୍ଚାୟତ ସଭାପତି ସୁଶାନ୍ତ ମାଝୀ ଙ୍କ ନେତୃତ୍ୱରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇ ଅଛି । ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ଏସ. ଟି. ମୋର୍ଚ୍ଚା ଉପ ସଭାପତି ତଥା ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାଥୀ ରମେଶ ଚନ୍ଦ୍ର ମାଝୀ, ବିଶ୍ୱନାଥପୁର ମଣ୍ଡଳ ସଭାପତି ତୁଳସୀ ମାଝୀ, ସମ୍ପାଦକ ଗୌତମ କୁମାର ନାଗ, ଓ. ବି. ସି ମୋର୍ଚ୍ଚା ଉପ ସଭାପତି ମିଲନ କୁମାର ମହାପାତ୍ର, କଦମଗୁଡା ପଂଚାୟତ ପ୍ରଭାରୀ ରଶ୍ମି ରଞ୍ଜନ ମହାନ୍ତି, ମଣ୍ଡଳ ପ୍ରଭାରୀ ସନ୍ତୋଷ ବିଶି, ବରିଷ୍ଠ କାର୍ଯ୍ୟକର୍ତା ହରିଶଙ୍କର ପାତ୍ର ବିଶ୍ୱନାଥପୁର ମଣ୍ଡଳ ମିଡ଼ିଆସେଲ ସଂଯୋଜକ ଶେଖର ସୁମନ ଦାଶ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସମ୍ପାଦନା କରିଥିବା ବେଳେ ସାଧାରଣ ସମ୍ପାଦକ ଗୌତମ କୁମାର ନାଗ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ କଦମଗୁଡା ପଞ୍ଚାୟତ ର ଶତାଧିକ ମହିଳା ଓ ପୁରୁଷ କର୍ମୀ ମାନେ ବିଜେଡି ଓ କଂଗ୍ରେସ ଦଳ କୁ ଛାଡି ଯଶସ୍ବୀ ଭାରତର ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଓ ଡବଲ ଇଞ୍ଜିନ ସରକାର ଙ୍କ ଉର୍ନତି ମୂଳକ କାର୍ଯ୍ୟ ରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାର୍ଟି ରେ ସାମିଲ ହୋଇଥିଲେ ।



କଳାହାଣ୍ଡି ରୁ ଶେଖର ସୁମନ ଙ୍କ ରିପୋର୍ଟ ନବଦୂତ ନିୟୁଜ ।