Hot Posts

6/recent/ticker-posts

"ଆଗର ନୂଆଁଖାଇ ଏଭର ନୂଆଁଖାଇ" ଶୀର୍ଷକରେ ସିନାପାଲିରେ ଆଲୋଚନା ଚକ୍ର

ସିନାପାଲି, ୨୩/୦୮ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ସିନାପାଲିର ସାମୁହିକ ନୂଆଁଖାଇ ଭେଟଘାଟ ପରିବାର ତରଫରୁ "ଆଗର ନୂଆଁଖାଇ ଆଉ ଏଭର ନୂଆଁଖାଇ" ଶୀର୍ଷକରେ ଏକ ଆଲୋଚନା ଚକ୍ର ରବିବାର ଅନୁଷ୍ଠିତ ହୋଇଯାଇଛି l ନୂଆଁଖାଇକୁ ଅଧିକ ଭବ୍ଯ ଓ ଅଡ଼ମ୍ବରପୂର୍ଣ୍ଣ କରିବାକୁ ଗଣପର୍ବ ନୂଆଁଖାଇ ପୂର୍ବରୁ ଭେଟଘାଟ ପରିବାର ତରଫରୁ ବିଭିନ୍ନ କାର୍ଯ୍ଯକ୍ରମ ଆୟୋଜନ କରାଯାଉଛି ା ଏହି କ୍ରମରେ ଭେଟଘାଟ ପରିବାର ଦ୍ୱାରା ରବିବାର ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ କମିଟିର ଉପଦେଷ୍ଟା ନୀଳମଣି ମେହେରଙ୍କ ଅଧ୍ଯକ୍ଷତାରେ ଏହି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି ା ଏଥିରେ ମୁଖ୍ଯ ଅତିଥି ଭାବରେ ନାଗରିକ କମିଟି ସଭାପତି ଡ଼ମ୍ବରୁଧର ମେହେର ଓ ସମ୍ମାନିତ ଅତିଥି ଭାବରେ ଦିବାକର ଖମାରୀ, ନନ୍ଦକୁମାର ପାତ୍ର, ନବୀନ ଚନ୍ଦ୍ର ମେହେର, ବିଜୟ କୁମାର ସାହୁ, କାପସି ଝାକର ନରୋତ୍ତମ ମାଝୀ, ସିନାପାଲି ଝାକର ଶରତ ମାଝୀ, ରୁପେଶ ଚନ୍ଦ୍ର ମେହେର, ସୁନନ୍ଦା ମେହେର ଯୋଗଦେଇଥିବା ବେଳେ ଆଲୋଚକ ଭାବରେ ରବୀନ୍ଦ୍ରନାଥ ଯୋଷୀ, ସତ୍ୟବ୍ରତ ଗହୀର ଓ ବୈଷ୍ଣବ ମେହେର ଯୋଗଦେଇ ଆଗର ଏବଂ ଏଭର ନୁଆଁଖାଇର ବିଭିନ୍ନ ମହତ୍ୱପୂର୍ଣ୍ଣ ଦିଗ ବିଷୟରେ ଆଲୋଚନା ରଖିଥିଲେ l ଅନ୍ୟମାନଙ୍କ ମଧ୍ୟରେ ତପନ ସା, ଅରିଗଞ୍ଜନ ଯୋଷୀମଧ୍ୟ ନିଜ ବକ୍ତବ୍ୟ ରଖିଥିଲେ l ା ପ୍ରାରମ୍ଭରେ ରଶ୍ମିରଂଜନ ସା ଅତିଥି ପରିଚୟ ଦେଇଥିବା ବେଳେ କମିଟିର ସଭାପତି ତ୍ରିନାଥ ମେହେର ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିଲେ l ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ା ଶେଷରେ କମିଟିର ଉପସଭାପତି ବିଦ୍ୟାଧର ସା ଧନ୍ଯବାଦ ଦେଇଥିଲେ ା କାର୍ଯ୍ୟକ୍ରମରେ ଅଂଚଳ ଓ ଅଂଚଳ ବାହାରୁ ଶତାଧିକ ସଂସ୍କୃତିପ୍ରେମୀ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l ନୁଆଁଖାଇ ଭେଟଘାଟର ସମସ୍ତ କାର୍ଯ୍ୟକ୍ରମ ଆୟୋଜନରେ ମୁଖ୍ୟ ସ୍ପନ୍ସର ବିଜୟଲକ୍ଷ୍ମୀ ଟ୍ରାଭେଲ୍ସ ଖଡ଼ିଆଳ ଓ ଏସ.ଏସ.କେ.ପି ମିଡିଆ ସିନାପାଲି, କୋ ସ୍ପନ୍ସର ବ୍ଲୁ ବେଲ୍ ପବ୍ଲିକ ସ୍କୁଲ୍, ଗମ୍ଭାରୀଗୁଡା ଓ ଷ୍ଟୁଡେଣ୍ଟ୍ ହେଲ୍ପଲାଇନ, ସିନାପାଲି ଏବଂ ଏସୋସିଏଟ ସ୍ପନ୍ସର ଭବାନୀ କିରାନା ଷ୍ଟୋର ସିନାପାଲି, ପ୍ରିନ୍ସେସ ବ୍ୟୁଟି ପାର୍ଲର ଏଣ୍ଡ ସ୍ପା ସିନାପାଲି , ଶ୍ରୀତ୍ କମ୍ପ୍ୟୁଟର୍ ଖଡ଼ିଆଳ ଓ ନ୍ୟୂ ଶ୍ରୀ ରେଷ୍ଟୁରାଣ୍ଟ ସିନାପାଲି ସହଯୋଗ କରୁଛନ୍ତି l