Hot Posts

6/recent/ticker-posts

ପଚପଚ କାଦୁଅରେ ଜୟପାଟଣା ସାହୁପଡ଼ା ଓ ମାଲିପଡ଼ା, ଡ୍ରେନ୍ ସମସ୍ୟାରେ ଲୋକେ ହନ୍ତସନ୍ତ

ଜୟପାଟଣା, ୦୭/୦୮ ( ରିତେଶ କୁମାର ମୁଣ୍ଡ ) : ପଚପଚ କାଦୁଅ ଓ ଅପରିଷ୍କାର ପରିବେଶ ମଧ୍ୟରେ ଦିନ କାଟୁଛନ୍ତି ଜୟପାଟଣା ସହରର ସାହୁପଡ଼ା ଓ ମାଲିପଡ଼ା ଅଞ୍ଚଳବାସୀ। ରାସ୍ତାରେ ଜମି ରହୁଛି କାଦୁଅ ପାଣି, ଯାହାଫଳରେ ଯାତାୟାତରେ ଲୋକଙ୍କୁ ନାନା ସମସ୍ୟା ଭୋଗିବାକୁ ପଡ଼ୁଛି।ବିଶେଷ କରି ଡ୍ରେନ୍ ବ୍ୟବସ୍ଥା ଠିକ୍ ନଥିବାରୁ ବର୍ଷା ପାଣି ନିଷ୍କାସନ ହୋଇପାରୁନାହିଁ। ଫଳରେ ରାସ୍ତା ଉପରେ ମଇଳା ପାଣି ଓ କାଦୁଅ ଜମି ରହୁଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି ସମସ୍ୟା ଦୀର୍ଘଦିନ ଧରି ରହିଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ହୋଇନାହିଁ। କାଦୁଅ ରାସ୍ତା ଦେଇ ଛୋଟ ପିଲା, ବୃଦ୍ଧ ଓ ଦୈନନ୍ଦିନ ଯାତାୟାତ କରୁଥିବା ଲୋକେ ଯାତାୟାତ କରିବା ସମୟରେ ଅସୁବିଧାରେ ପଡ଼ୁଛନ୍ତି। ଏଥିସହ ଜମି ରହୁଥିବା ଅପରିଷ୍କାର ପାଣି ଯୋଗୁଁ ମଶା ଓ ଅନ୍ୟାନ୍ୟ ସମସ୍ୟା ବଢ଼ିବା ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ଚିନ୍ତା ରହିଛି। ତୁରନ୍ତ ଡ୍ରେନ୍ ସଫେଇ ସହ ନିୟମିତ ପାଣି ନିଷ୍କାସନ ବ୍ୟବସ୍ଥା କରିବା ଏବଂ ରାସ୍ତା ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସାହୁପଡ଼ା ଓ ମାଲିପଡ଼ାବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି।ଏବେ ଦେଖିବାର କଥା, ଲୋକଙ୍କ ଏହି ଦୀର୍ଘଦିନର ସମସ୍ୟା ପ୍ରତି ପ୍ରଶାସନ କେବେ ଦୃଷ୍ଟି ଦେଉଛି।