Hot Posts

6/recent/ticker-posts

ବଜରଙ୍ଗୀ ସଂଘ ପକ୍ଷରୁ ଗୋଖାଦ୍ୟ ବଣ୍ଟନ

ବରୀ, ୦୭/୦୮ ( ରଂଜିତ ମହାନ୍ତି ) : ବରୀରେ ବନ୍ୟା ଯୋଗୁଁ ଜନଜୀବନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ଗୃହପାଳିତ ପଶୁଙ୍କ ପାଇଁ ଖାଦ୍ୟର ଘୋର ଅଭାବ ଦେଖାଦେଇଛି। ଏହି ସଙ୍କଟ ସମୟରେ ବରୀ ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ 'ବଜରଙ୍ଗୀ ସଂଘ, ଅଙ୍ଗାଳୋ' ପକ୍ଷରୁ ଏକ ଗୋଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବନ୍ୟା ଜଳରେ ସମସ୍ତ ଚରାଭୂଇଁ ବୁଡ଼ି ରହିଥିବାରୁ ଗୃହ ପାଳିତ ପ୍ରାଣୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସଂଘର କର୍ମକର୍ତ୍ତା ଓ ସ୍ବେଚ୍ଛାସେବୀମାନେ ନିଜସ୍ୱ ଉଦ୍ୟମରେ ବନ୍ୟା ପ୍ରଭାବିତ ଅଙ୍ଗାଳୋ, ଅରିଲୋ, ବୋଇତାଳୁପାଟଣା, ଢ଼ିଅବାରିଙ୍ଗି ପ୍ରଭୁତି ଗାଁ ମାନଙ୍କରେ ଗୋଖାଦ୍ୟ ବଣ୍ଟନ କରିଛନ୍ତି। ପ୍ରାକୃତିକ ବିପତ୍ତି ସମୟରେ ପଶୁସମ୍ପଦର ସୁରକ୍ଷା ପାଇଁ ସଂଘର ଏହି ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ ହୋଇଛି। ସଂଘର ସମସ୍ତ ସଭ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ସେବା କାର୍ଯ୍ୟକ୍ରମ ଦ୍ୱାରା ଅଞ୍ଚଳର ଶତାଧିକ ଗୃହପାଳିତ ପ୍ରାଣୀ ଉପକୃତ ହୋଇଥିବା ବେଳେ, 'ବଜରଙ୍ଗୀ ସଂଘ'ର ଏହି ମାନବୀୟ ତଥା ପଶୁସେବା ମନୋଭାବକୁ ସ୍ଥାନୀୟ ଜନସାଧାରଣ ଏବଂ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।