Hot Posts

6/recent/ticker-posts

ଏସ ପି ର ପରିଚୟଦେଇ ସାମ୍ବାଦିକଙ୍କୁ ମାରଣାତ୍ମକ ଆକ୍ରମଣ ଥାନାରେ ଅଭିଯୋଗ l

ବାଲେଶ୍ଵର, ୨୯/୦୮ ( ପ୍ରଭାକର ମଲ୍ଲିକ ) : ବାଲେଶ୍ଵର ଜିଲ୍ଲା ରୂପସା ଥାନା ଅନ୍ତର୍ଗତ ଆଙ୍କ ଗ୍ରାମର ସ୍ବର୍ଗତ ଗୌର ହରି ରାଉତ ଙ୍କ ପୁଅ ଚାନସିଲର ରାଉତ ବିଜୁଳି ବିଲକୁ ନେଇ ରୂପସା ଥାନା ରେ ନ୍ୟାୟ ପାଇଁ ବିଜୁଳି ବିଭାଗ ଜେଇଙ୍କ ମନମାନି ନେଇ ଅଭିଯୋଗ କରିଥିଲେ । ପ୍ରତ୍ଯେକ ମାସ ବିଜୁଳି ବିଲ ପୌଠ କରିଥିଲେ ମଧ୍ଯ ଜେଇ ଇର୍ଶା ପରାୟଣ ହୋଇ ମିଟର ଡିଫେକ୍ଟ କହି ୭୪ ହଜାରଟଙ୍କା ଜୋରିମାନା କରିଥିଲେ l ଏ ନେଇ ଶ୍ରୀରାଉତ ବିଭାଗୀୟ ଅଧିକାରୀ ଏସଡିଓ ଙ୍କୁ ଅବଗତ କରିନିରାଶହୋଇ ଶେଷରେ ଥାନାର ଦ୍ବାରସ୍ଥ ହୋଇଥିଲେ । କିନ୍ତୁ ଜେଇ ସୁଜିତ ଭଟାଚାର୍ଯ୍ଯ ଗତ କିଛିଦିନ ଆଗରୁ ଏହି ରୂପସାଥାନାରେ ଶ୍ରୀ ରାଉତ ଉପରେ ୪ଲକ୍ଷ ଟଙ୍କାର ମାନହାନୀ କେଶ କରିଥିଲେ । ସେହି ସମ୍ବଦ୍ଧରେ ଆଜି ତାଙ୍କ କେସ ବିଷୟରେ ବୁଝିବା ପାଇଁ ରାଉତ ଥାନା ଯାଇଥିବା ବେଳେ ଠିକ ସେହି ସମୟରେ ରୂପସା ବିଜୁଳି ବିଭାଗର ଜେଇ ସୁଜିତ ଭଟାଚାର୍ଯ୍ଯ ସଦଳବଳେ ଏକ ବୋଲେରରେ ରୂପସା ଥାନା ରେ ପହଞ୍ଚିଥିଲେ । ଏହି ସମୟରେ ବିଭାଗିୟ ଜେଇ ଶ୍ରୀଯୁକ୍ତ ଭଟାଚାର୍ଯ୍ଯ ଅଚାନକ ରୂପସା ଥାନା ରେ ପହଞ୍ଚିଥିଲେ । ସେଠାରେ ଚାନସିଲର ସହିତ ଅନ୍ଯଜଣେଫକସପ୍ଳସ ଟିଭି ଚେନାଲର ସାମ୍ବାଦିକ ସନ୍ତୋଷ କୁମାର ନାୟକ ଉପସ୍ଥିତ ଥି ଲେ। ଖବର ପେପର ସାମ୍ବାଦିକ ଚାନସିଲର ରାଉତ ଙ୍କ ସେହି ବିଜୁଳି ବିଲ ଅଧିକ କାହିକି ହୋଇଛି ଏବଂ ମୋ ନାମରେ ମିଛ ମାନହାନି କେସ ସମ୍ବଦ୍ଧରେ ପଚାରି ଥିଲେ ।ମାତ୍ର ଜେଇ କିଛି ଉତ୍ତର ଦେଇନଥିଲେ । ହେଲେ ତାଙ୍କ ସାଥିରେ ଆସିଥିବା ଅମରେଶ ପାଣିଗ୍ରାହୀ ଗାଡିରୁ ଉହ୍ଲାଇ ନିଜକୁ ଅବସର ପ୍ରାପ୍ତ ଏଡିସିନାଲଏସପି କହି ଗାଳି ଫଜିତ କରି ସାମ୍ବାଦିକଙ୍କୁ ଦୃବ୍ଯବହାର କରିବା ସହିତ ଦୁଇଜଣଙ୍କୁ ଆକ୍ରମଣ କରି ସେମାନଙ୍କ ଠାରୁ ବୁମ ଓ ରେକଡିଙ୍ଗ ମୋବାଇଲ ଛଡାଇ ନେଇଥିଲେ। ଚାନସିଲର ପ୍ରତିବାଦ କରିବାରୁ ତାଙ୍କୁ ଗୁଳିକରି ମଡର କରିବ ବୋଲି ରୂପସା ଥାନା ପରିସରରେ ବନ୍ଧୁକ ଖୋଜୁ ଥିଲେ ଏବଂ ରୂପସା ଥାନା ପଛ ଗେଟ ଦେଇ ଘଟଣା ସ୍ଥଳରୁ ପଳାଇ ଯାଇଥିଲେ ।ଏ ନେଇ ରୂପସା ଥାନାରେଦୁଇ ସାମ୍ବାଦିକ ଚାନସିଲର ଓ ସନ୍ତୋଷ ଲିଖିତ ଅଭିଯୋଗ କରିବା ପରେ ଉତ୍ତର ବାଲେଶ୍ବର ବସ୍ତା ପ୍ରେସକ୍ଲବ, ସଭାପତି ବିଜୟକୁମାର ଭୂୟାଁ, ବସ୍ତା ସାମ୍ବାଦିକ ସଂଘର ସଭାପତି ଦିନବନ୍ଧୁ ପ୍ରଧାନ, ରାଜେଶଗିରି, ମାନସ ବେହେରା, ଶୁସାନ୍ତ ପ୍ରଧାନ, ସମେତ ୩୦ରୁ ଉର୍ଦ୍ଧ ସାମ୍ବାଦିକ ପହଞ୍ଚି ରୂପସାଥାନା ଦାଇତ୍ବରେଥିବା ବସ୍ତାଥାନା ଅଧିକାରୀ ରଣଜିତ ସାହୁଙ୍କୁ ଲିଖିତ ଅଭିଯୋଗ ପତ୍ରଦେବା ସହିତ ଦେବସେନା ସଂଗଠନ ଜିଲ୍ଲା ସଭାପତି ଶ୍ରୀମାନ ଶଙ୍କରଜେନାମଧ୍ୟ ଦାବିପତ୍ର ଦେଇଛନ୍ତି । ଏନେଇ ଥାନା ରେ ଆଜିର ଡିସିଓ ଦାଇତ୍ବରେଥିବା ଧୃତରାଷ୍ଟ୍ର ମଲ୍ଲୀକ କେସ ନଂ ୧୪୯/୨୬ମୂଳେ ମାମଲା ରୁଜୁ କରିଛନ୍ତି ।ତେବେ ସିସିଟିଭି ଫୋଟେଜ ଆଧାରରେ ତଦନ୍ତ ଜାରି ରଖିଛନ୍ତି ବୋଲି ପ୍ରକାଶ କରିଛନ୍ତି।(ଫୋଟ)




ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l