ଖଡ଼ିଆଳ ବ୍ଲକର WEO ରଜତ କୁମାର ସାହୁଙ୍କୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା
ଖଡ଼ିଆଳ, ୧୩/୦୭ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ (WEO) ରଜତ କୁମାର ସାହୁଙ୍କୁ ସୋମବାର କୁଳିଗାଁ ଆଶ୍ରମ ବିଦ୍ୟାଳୟ ପରିସରରେ ଏକ ଭାବପୂର୍ଣ୍ଣ ପରିବେଶରେ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସୁଶୀଲ କୁମାରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ବିଦ୍ୟାଳୟର ଶିକ୍ଷକ, କର୍ମଚାରୀ ଓ ସ୍ଥାନୀୟ ଭଦ୍ରବ୍ୟକ୍ତିମାନେ ଯୋଗଦେଇ ଶ୍ରୀ ସାହୁଙ୍କ କର୍ତ୍ତବ୍ୟନିଷ୍ଠା ଓ ଉତ୍କୃଷ୍ଟ ସେବାକୁ ଉଚ୍ଚ ପ୍ରଶଂସା କରିଥିଲେ। ଶ୍ରୀ ସାହୁ ଖଡ଼ିଆଳ ବ୍ଲକରେ ପ୍ରାୟ ତିନି ବର୍ଷ ଧରି ନିଷ୍ଠାର ସହ କାର୍ଯ୍ୟ କରି ଶିକ୍ଷା କ୍ଷେତ୍ରର ବିକାଶରେ ଉଲ୍ଲେଖନୀୟ ଅବଦାନ ରଖିଥିଲେ। ସମ୍ପ୍ରତି ସେ ପୁରୀ ଜିଲ୍ଲାର ନିମାପଡ଼ାରେ ନୂତନ କାର୍ଯ୍ୟସ୍ଥଳରେ ଯୋଗଦାନ କରିଛନ୍ତି। ବିଦାୟ ସମାରୋହରେ ଚନୁଟମାଲ ଆଶ୍ରମ ବିଦ୍ୟାଳୟର ଶିକ୍ଷକ ଲଇବାନ ବାଗ, ଚନାବେଡା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୀତବାସ ଜଗତ, ଭୁଲିଆଁ ସିକୁଆଁ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟିକେରାମ ମେହେର, ଗଣ୍ଡାବାହାଲି ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଇନ୍ଦ୍ର ବାଗ, ବିରିଘାଟ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୂପଧର ସେଠଙ୍କ ସମେତ ବରିଷ୍ଠ ଶିକ୍ଷକ ରଜନୀକାନ୍ତ ଯୋଶୀ, ଶୁଭାକାର ମାଝୀ, ସତ୍ୟ ପଟେଲ, କୈଳାଶ ଚନ୍ଦ୍ର ବାଗ, ଅଲେଖ ସାହୁ, ଈଶ୍ୱର ନିଆଲ, ପ୍ରଫୁଲ ଜଗତ, ଲିଙ୍ଗରାଜ ମେହେର, ଧର୍ମୁ ମେହେର, ସହଦେବ ରାଉତ, ଚେରୁ ତାଣ୍ଡି, ପ୍ରଦ୍ୟୁମ୍ନ ପତି, ପ୍ରଦୀପ ମହାପାତ୍ର, ଲତିକା ମଞ୍ଜରୀ ରାଉତ, ମାନିନୀ ମେହେର, ଝୁନି ଚଲାନ, ସଂଯୁକ୍ତା ଯୋଶୀ ଓ ଭାର୍ଗବୀ ମେହେର ପ୍ରମୁଖ ଉପସ୍ଥିତ ଥିଲେ। ବକ୍ତାମାନେ ଶ୍ରୀ ସାହୁଙ୍କ ସହ ବିତାଇଥିବା ସ୍ମରଣୀୟ ମୁହୂର୍ତ୍ତକୁ ସ୍ମରଣ କରି ତାଙ୍କର ସରଳ ବ୍ୟକ୍ତିତ୍ୱ, କର୍ତ୍ତବ୍ୟପରାୟଣତା ଓ ସେବାଭାବର ଭୂୟସୀ ପ୍ରଶଂସା କରିଥିଲେ। ସମସ୍ତେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ସହ ନୂତନ କର୍ମକ୍ଷେତ୍ରରେ ସଫଳତା କାମନା କରିବା ସହ ଆଗାମୀ ଦିନରେ ମଧ୍ୟ ସମାଜ ଓ ଶିକ୍ଷା କ୍ଷେତ୍ର ପାଇଁ ସେ ଉଲ୍ଲେଖନୀୟ ସେବା ଜାରି ରଖିବେ ବୋଲି ଆଶା ପ୍ରକାଶ କରିଥିଲେ।