Hot Posts

6/recent/ticker-posts

ରୁପ୍ରାରୋଡ଼ ଜ୍ୱେଲେରୀ ଦୋକାନରେ ଚୋରି, CCTVରେ କଏଦ ହେଲେ ୩ ଦୁର୍ବୃତ୍ତ

କଳାହାଣ୍ଡି, ୧୩/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲାରେ ଚୋରଙ୍କ ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥର ରୁପ୍ରାରୋଡ଼ର ଏକ ଜ୍ୱେଲେରୀ ଦୋକାନରେ ତିନିଜଣ ଚୋର ଖୁଲମଖୁଲା ପଶି ଚୋରି କରୁଥିବା ଦୃଶ୍ୟ CCTV କ୍ୟାମେରାରେ କଏଦ ହୋଇଛି। ଏହି ଘଟଣା ପରେ ସ୍ଥାନୀୟ ବ୍ୟବସାୟୀଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ପ୍ରକାଶ ପାଇଛି। CCTV ଫୁଟେଜରେ ଦେଖିବାକୁ ମିଳିଛି ଯେ, ତିନିଜଣ ଦୁର୍ବୃତ୍ତ ଦୋକାନ ଭିତରକୁ ପ୍ରବେଶ କରି ସୁଯୋଗର ସଦ୍ବ୍ୟବହାର କରି ଚୋରି କରୁଛନ୍ତି। ସମଗ୍ର ଘଟଣା କ୍ୟାମେରାରେ ରେକର୍ଡ ହୋଇଥିବା ବେଳେ ଚୋରମାନେ ଫେରାର ହୋଇଯାଇଛନ୍ତି। ଘଟଣା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। CCTV ଫୁଟେଜକୁ ଆଧାର କରି ଅଭିଯୁକ୍ତଙ୍କ ଚିହ୍ନଟ ଓ ଗିରଫ ପାଇଁ ପ୍ରୟାସ ଜାରି ରହିଛି। 


କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ