Hot Posts

6/recent/ticker-posts

ଜଂପଡ଼ା ରେ ହେରାପଞ୍ଚମୀ ଉପଲକ୍ଷେ ଭଜନ ସମାରେlହ

ବରୀ, ୨୨/୦୭ ( ରଂଜିତ ମହାନ୍ତି ) : ବରୀ ବ୍ଳକ ସ୍ୱାଇଁଖଣ୍ଡ ପଞ୍ଚାୟତ ଜପଡା ଠାରେ ଶ୍ରୀଦଧିବାମନ ଜୀଉ ଙ୍କ ରଥଯାତ୍ରା ଓ ହେରାପଞ୍ଚମୀ ଅବସର ରେ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଓଡିଶାର ଲବ୍ଧ ପ୍ରତିଷ୍ଠିତ କଳାକାର ମାନଙ୍କୁ ନେଇ ଭଜନ ସମାରେlହ ଅନୁଷ୍ଠିତ ହେlଇଥିଲା ଏଥିରେ କଣ୍ଠଶିଳ୍ପୀ ରବିନ୍ଦ୍ର ମହାପାତ୍ର, ପ୍ରତିପ୍ରଜ୍ଞା, ପ୍ରଜ୍ଞାପରିମିତା, ଆଲୋକ କୁଣ୍ଡ, ବାଦ୍ୟଶିଳ୍ପୀ ସଚିନ ରଥ ପ୍ରମୁଖ ଯୋଗଦାନ ମହାପ୍ରଭୁ ଜଗନ୍ନାଥ ଙ୍କ ଭଜନ ପରିବେଷଣ କରିଥିଲେ l ଆଖପାଖ ଅଞ୍ଚଳର ବହୁ ଜଗନ୍ନାଥ ପ୍ରେମୀ ଓ ଦର୍ଶକ ବୃନ୍ଦ ଭଜନ ସମାରେlହ କାର୍ଯ୍ୟକ୍ରମ କୁ ମନଭରି ଉପଭୋଗ କରିଥିଲେ l ପରମେଶ୍ୱର ବେହେରା ମଞ୍ଚ ସଞ୍ଚାଳନା କରିଥିବା ବେଳେ ଅନୁଷ୍ଠାନ ପକ୍ଷରୁ କଳାକାର ମାନଙ୍କୁ ପୂର୍ବତନ ବିଧାୟିକା ସୁନନ୍ଦା ଦାସ, ଅତିଥି ଭାବେ ଯୋଗଦେଇ ସମ୍ବର୍ଦ୍ଧିତ କରିଥିଲେ l ଏହି ଅବସରରେ ମା ଲଷ୍ମୀ ଠାକୁରାଣୀ ଙ୍କୁ ପରମ୍ପରା ଅନୁଯାୟୀ ଏକ ସୁସଜିତ ପାଲିଙ୍କିରେ ଘଣ୍ଟ କୀର୍ତ୍ତନ ରେ ଗୁଣ୍ଡିଚା ମନ୍ଦିରକୁ ବିଜେ କରାଯାଇ ଥିଲା I ମାଆଙ୍କର ଙ୍କର ପୂଜାର୍ଚନା ଶେଷ ହେଲା ପରେ ମା ଲକ୍ଷ୍ମୀ ଙ୍କ ରଥକାଠ ଭଙ୍ଗା ନୀତି ସମ୍ପୂର୍ଣ ହେଇଥିଲା l କିଛି ସମୟ ଲାଗି ଉପସ୍ଥିତ ଭକ୍ତମାନେ ଭାବବିହୋଳ ହେଇଯାଇଥିଲା l ଆଖପାଖ ଅଂଚଳର ବହୁ ଭକ୍ତ ଯୋଗଦାନ କରି ଛପନ ଭୋଗ ପ୍ରସାଦସେବନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ମନୋଜ କୁମାର ନାୟକ, ମହେନ୍ଦ୍ର ନାୟକ, ଦେବାଶିଷ ଦାସ, ବିଜୟ ନାୟକ, ସୁବାଷ ଚନ୍ଦ୍ର ନାୟକ ସୁରେଶ ଦାସ ,ଘନଶ୍ୟାମ ପଣ୍ଡା , କେଦାର ଦାସ , ଅନନ୍ତ ନାୟକ, କୃଷ୍ଣ ଲେଙ୍କା ପ୍ରମୁଖ ପରିଚାଳନା କରିଥିଲେ l