ଧାନ ତଳି ଧରି ଯୁବକ ମାନଙ୍କର ଅଭିନବ ଉପାୟରେ ପ୍ରତିବାଦ।
ଯାଜପୁର, ୨୨/୦୭ ( ନିରୋଜ କୁମାର ସେଠୀ ) : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଳକ ଅନ୍ତର୍ଗତ ବାଲିଚନ୍ଦ୍ରପୁର ବାଲିଚନ୍ଦ୍ରପୁର ଦେଇ ଯାଇଥିବା ଲଳିତ ଗିରି ପୂତ ବିଭାଗ ସଡକର ରାସ୍ତା ଅତି ଶୋଚନିୟ ହୋଇ ପଡିଥିବା ବେଳେ ପ୍ରାସାସନିକ ଦୃଷ୍ଟି ଆକର୍ଷଣ କରିବା ପାଇଁ କିଛି ଯୁବକ ଅଭିନବ ଭବେ ପ୍ରତିବାଦ କରିଥିଲେ। ବାଲିଚନ୍ଦ୍ରପୁର କଲେଜ ଛକ ଠାରୁ ପଟାମୁଣ୍ଡାଇ ନୃଆ କେନାଲ ପୋଲ ପଯ୍ୟନ୍ତ ନୁଆ କଲେଜ ଛକ ରାସ୍ତା ଟି ସଂପୁର୍ଣ୍ଣ ଭାବେ ନଷ୍ଟ ସୋଇଥିବା ବେଳେ ଏହା ଉପରେ ଯିବା ଆସିବା ଅନୁପଯୁକ୍ତ ମନେ ହେଉଛି। ବାରମ୍ବାର ଅଭିଯୋଗ ସତ୍ବେ ବିଭାଗୀୟ କତୃପକ୍ଷ କୈାଣସି ପଦକ୍ଷେପ ନ ନେବାରୁ ଆଜି କିଛି ଯୁବକ ମାନେ ବାଧ୍ୟ ହୋଇ ସ୍ଥାନିୟ ଅଞ୍ଚଳର କିଛି ଯୁବକ ହାତରେ ଧାନ ତଳି ରୋଉ ଥିବାର ଦେଖାଯାଇ ଥିଲା। ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଗାଡ଼ି, ମୋଟର ଓ ଲୋକମାନେ ଯାତାୟତ କରିଥାନ୍ତି।ରାସ୍ତା ମରାମତି କରିବା ନିମିତ୍ତ ବାର ବାର ଅଭିଯୋଗ କଲେ ସରକାରୀ ବାବୁ ମାନେ କର୍ଣ୍ଣପାତ କରୁ ନାହାଁନ୍ତି। ଆଗାମୀ ଦିନରେ ଏହି ରାସ୍ତାର ମରାମତି ନ କଲେ ବିରାଟ ଜନ ଆନ୍ଦୋଳନ କରାଯିବ ବୋଲି ଜନ ସାଧାରଣଙ୍କ ଠାରୁ ପ୍ରକାଶ ପାଇଛି।