Hot Posts

6/recent/ticker-posts

ବ୍ଲକ୍ ସ୍ତରୀୟ ଭୀମ ଭୋଇ ସାମର୍ଥ୍ୟ ଶିବିର ସିନାପାଲି

ସିନାପାଲି, ୨୨/୦୭ ( ପରମେଶ୍ୱର ମେହେର ) : ତା 21,7,26 ମଙ୍ଗଲ ବାର ଦିନ ଜିଲ୍ଳା ସାମାଜିକ କଲ୍ୟାଣ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ନୂଆପଡ଼ା ଓ ବ୍ଲକ ପ୍ରଶାସନ ର ମିଳିତ ଆନୁକୁଲ୍ୟରେ ବ୍ଲକ ସ୍ତରୀୟ ସାମର୍ଥ୍ୟ ଶିବିର ସିନାପାଲି ଦକ୍ଷତା ବିକାଶ କେନ୍ଦ୍ର ଠାରେ ଆୟୋଜନ କରାଯାଇ ଥିଲା, ଉକ୍ତ ଶିବିର ରେ ମୁକ୍ଷ ଅତିଥି ଭାବେ ସିନାପାଲି ବି ଡି ଓ ଶ୍ରୀମତୀ କର୍ମୀ ଓରାମ ସମ୍ମାନିତ ଅତିଥି ଭାବେ ଜିଲ୍ଳା ପରିଷଦ ସଦସ୍ୟା ଶ୍ରୀମତୀ ଆଶା ଜେନ, ପୁଷ୍ପାଞ୍ଜଳୀ ଗୁଆଲ୍, ସିଡ଼ିପିଓ ସିନାପାଲି, ମନୀଷ ପଟେଲ, ଜିଲ୍ଲା ଭିନ୍ନକ୍ଷମ ସମିତି ସମ୍ପାଦକ ଦିଲ୍ଲୀପ କୁମାର ଷଡ଼ଙ୍ଗୀ ପ୍ରମୁଖ ମଞ୍ଚାସିନ ଥିବା ବେଳେ weo ସୁନୀଲ କୁମାର ସାମଲ ମଞ୍ଚ ପରିଚାଳନା କରି ଥିଲେ, ପ୍ରଥମେ ଭୀମ ଭୋଇଙ୍କ ପ୍ରତି ମୃତି ରେ ମାଲ୍ୟ ଅର୍ପଣ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇ ଥିଲା, ଏହି ଶିବିର ରେ ଅସ୍ଥିଶଲ୍ୟ ରେ 85 ଜଣ, ମନସିକ ରେ 26 ଜଣ, କର୍ଣ୍ଣ ବଧିତ ରେ 45 ଜଣ, ରକ୍ତ ଶିକୁଳି ରେ 15 ଜଣ, ଭିନ୍ନକ୍ଷମ ପଞ୍ଜୀକରଣ ହୋଇ ଥିବା ନେଲେ ବସ ପାସ ପାଇଁ 57 ଜଣ, ରେଳ ପାସ ପାଇଁ 40 ଜଣ, dri ଲୋନ ପାଈଁ 5 ଜଣ ଭତା ପାଇଁ 20 ଜଣ ଭିନ୍ନକ୍ଷମ ପଞ୍ଜି କରନ କରି ଥିଲେ, ଅସ୍ଥି ଶଲ୍ୟ ପାଈଁ ଡକ୍ଟର ଅମର ସ୍ୱରୂପ ମୁଣ୍ଡ,, ଚକ୍ଷୁ ପାଈଁ ଡକ୍ଟର ମନୋଜ କୁମାର ଦୋରା, ମନସିକ ପାଈଁ ଡକ୍ଟର ଅନିଲ କୁମାର ନାୟକ, ଶ୍ରବଣ ବାଧିତ ପାଈଁ ଡକ୍ଟର ଅନୁପ ଅଗ୍ରୱାଲ ଓ ghanshyam ସାହୁ, ରକ୍ତ ଶିକୁଳି ପାଈଁ ଡକ୍ଟର ରଞ୍ଜିତ ରାଉତ ପରୀକ୍ଷଣ କରି ଥିଲେ , ନୂଆପଡ଼ା ରୁ ଶ୍ରି ରାଜେନ୍ଦ୍ର ପ୍ରସାଦ ସାହୁ, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ହରେକୃଷ୍ଣ ନାୟକ, ଶ୍ରୀ ଓମ୍ ପ୍ରକାଶ ମାଝୀ, ଶ୍ରୀ ଦୁଷ୍ମନ୍ତ ନାଗ ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରି ଶିବିର କୁ ସଫଳ କରି ବାରେ ସମ୍ପୂର୍ଣ୍ଣ ଭୂମିକା ନିଭାଇ ଥିଲେ