Hot Posts

6/recent/ticker-posts

ବାଞ୍ଜିଆମ୍ବା ଗ୍ରାମରେ ଦୁଇ ଛୁଆ ଭାଲୁ ଥିବା ନେଇ ଝରିଗାଁ ବନବିଭାଗ ପକ୍ଷରୁ ପେଟ୍ରୋଲଲିଂ ଜାରି।

ଝରିଗାଁ, ୧୭/୦୭ ( ନକୁଳ ଭତରା ) : ଚଳିତ ସପ୍ତାହ ଗତ ସୋମବାର ଦିନ ଝରିଗାଁ ଥାନା ଅଧୀନ କୁସୁମୀ ଗାଁ ଶ୍ମଶାନ କୁ ଲାଗିଥିବା ଜଙ୍ଗଲରେ ଜଣେ ଛେଳି ଚରାଳି ଭାଲୁ ଆକ୍ରମଣରେ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଜିକୁ ଛଅ ଦିନ ଧରି ଆତଙ୍କିତ ହୋଇପଡିଛନ୍ତି ଲୋକେ। ଘରୁ ବାହାରିବାକୁ ଭୟ କରୁଛନ୍ତି ଗ୍ରାମବାସୀ। ନବରଙ୍ଗପୁର ଏ ସି ଏଫ୍ ଦିବ୍ୟା ମାଧୁରୀ ସେଠୀଙ୍କ ନେତୃତ୍ୱରେ ନରହନ୍ତା ମାଇ ଭାଲୁ କୁ ରେପିଡ ରେସ୍ପନ୍ସ ଟିମ୍, ୱାଇଲ୍ଡ ଲାଇଫ ଟିମ୍ ଓ ବନବିଭାଗ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ନିସ୍ତେଜ ଔଷଧ ଇଞ୍ଜେକ୍ଟ କରି ରେସ୍କ୍ୟୁ କରାଯାଇଥିଲା। ପରେ କିଛି ଘଣ୍ଟା ପରେ ଭାଲୁର ମୃତ୍ୟୁ ହୋଇଥିବା ଝରିଗାଁ ଭାରପ୍ରାପ୍ତ ରେଞ୍ଜର ସୁଶାନ୍ତ କୁମାର ସିଂ ସୂଚନା ଦେଇଥିଲେ। ଭାଲୁ ରେସ୍କ୍ୟୁ ପରେ ଗ୍ରାମବାସୀ ଆଶ୍ୱସ୍ତି ଲାଭ କରିଥିବା ବେଳେ ପୁଣି ଦୁଇଟି ଛୁଆ ଭାଲୁ ବାଞ୍ଜିଆମ୍ବା ଜଙ୍ଗଲ ମଧ୍ୟରେ ରଡି କରୁଥିବା ଏବଂ ପୋଖରୀ ହୁଡ଼ା ମଧ୍ୟକୁ ଆସି ବୁଲୁଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ଦୁଇ ଛୁଆ ଭାଲୁକୁ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବନବିଭାଗ ପକ୍ଷରୁ ଜଙ୍ଗଲରେ ପେଟ୍ରୋଲ ଲିଂଗ ଜାରି ରହିଥିବା ରେଞ୍ଜର ସୂଚନା ଦେଇଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କୁ ଠାବ କରାଯାଇନଥିବା ବେଳେ ରେଞ୍ଜର ସିଂ ସମେତ ଫରେଷ୍ଟର ସୁଶାନ୍ତ କୁମାର ମାଝୀ , ହରେଲାଲ ନିହାଲ ,ଫରେଷ୍ଟର ଗାର୍ଡ ରମାକାନ୍ତ ସାହୁ ଓ ପାରା କର୍ମଚାରୀ ମୁତୟନ ଥିବା ବେଳେ ପେଟ୍ରୋଲ ଲିଂଗ ଜାରି ରହିଥିବା ଦେଖିବାକୁ ମିଳିଛି।