ଜିଲ୍ଲା ସ୍ତରୀୟ ଜାତୀୟ ମତ୍ସ୍ୟ ଚାଷୀ ଦିଵସ-୨୦୨୬ ପାଳିତ ।
କଳାହାଣ୍ଡି, ୧୦/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଭବାନପାଟଣା ସ୍ଥିତ ସମ୍ପ୍ରସାରଣ ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା ମତ୍ସ୍ୟ ବିଭାଗ, ରିଲାଏନ୍ସ ଫାଉଣ୍ଡେନ ଓ କର୍ତ୍ତବ୍ୟ ଅନୁଷ୍ଠାନର ମିଳିତ ସହଯୋଗରେ ଜିଲ୍ଲା ସ୍ତରୀୟ ଜାତୀୟ ମତ୍ସ୍ୟ ଚାଷୀ ଦିଵସ ୨୦୨୬ ପାଳିତ ହୋଇଯାଇଛି। ଶ୍ରୀମତି ପ୍ରଶାନ୍ତି ନାୟକ ସହକାରି ମତ୍ସ୍ୟ ଅଧିକାରୀ ଭବାନୀପାଟଣା ସମସ୍ତଙ୍କୁ ସ୍ୱାଗତ ଜଣେଇ କାର୍ଯ୍ୟକ୍ରମ କରିବା ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଅବଗତ କରିଥିଲେ। ମୁଖ୍ୟ ଅତିଥି ଭାବରେ ଡକ୍ଟର ସଞ୍ଜିତ ସ୍ୱାଇଁ ବରିଷ୍ଠ ପ୍ରଶିକ୍ଷକ ସମ୍ପ୍ରସାରଣ ପ୍ରଶିକ୍ଷଣ କେନ୍ଦ୍ର ଭବାନୀ ପାଟଣା, ଅନ୍ୟତମ ଅତିଥି ଭାବରେ ସୁଶ୍ରୀ ଜୟଶ୍ରୀ ଛତ୍ରିଆ ଜିଲ୍ଲା ମତ୍ସ୍ୟ ଅଧିକାରୀଣି, ଅଶୋକ ପଟ୍ଟନାୟକ ମୁଖ୍ୟ ନିର୍ବାହୀ କର୍ତ୍ତଵ୍ୟ, ଭବାନୀ ଶଙ୍କର ପଣ୍ଡା ଅତିରିକ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀ ଓ ଦେବେନ୍ଦ୍ର ପଟେଲ ଜିଲ୍ଲା ପ୍ରବନ୍ଧକ ରିଲାଏନ୍ସ ଫାଉଣ୍ଡେସନ କଳାହାଣ୍ଡି ପ୍ରମୁଖ ଉପସ୍ଥିତ ରହି ମତ୍ସ୍ୟ ଚାଷ କରି କେମିତି ଲାଭବାନ୍ ହୋଇପାରିବେ, ମତ୍ସ୍ୟ ଯାଆଁଳା ଉତ୍ପାଦନ କରିବା, ସରକାରି ଯୋଜନାର ଲାଭ ପାଇବା, ମତ୍ସ୍ୟ ଓ ଚିଙ୍ଗୁଡ଼ିକୁ ବୈଜ୍ଞାନିକ ପଦ୍ଧତିରେ ବ୍ୟବସାୟ ଭାବରେ ଗ୍ରହଣ କରିବା, ଧାନ ଚାଷ ସହିତ ମତ୍ସ୍ୟ ଚାଷ କରିବା,ପ୍ରଧାନ ମନ୍ତ୍ରୀ ମତ୍ସ୍ୟ କିଷାନ୍ ସମୃଦ୍ଧି ସହ ଯୋଜନା, ମୁଖ୍ଯମନ୍ତ୍ରୀ ମତ୍ସ୍ୟଜିବୀ କଲ୍ୟାଣ ଯୋଜନା ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।କର୍ତ୍ତଵ୍ୟ ଓ ରିଲାଏନ୍ସ ଫାଉଣ୍ଡେସନର ମିଳିତ ସହଯୋଗରେ ୧୪୧ ସ୍ୱୟଂ ସହାୟକ ଗୋଷ୍ଠୀ ମତ୍ସ୍ୟ ଚାଷ କରିବା ସହ ଲକ୍ଷାଧିକ ଟଙ୍କାର ବ୍ୟବସାୟ କରିଥିବା ବିଷୟରେ ଅଶୋକ ପଟ୍ଟନାୟକ ଉପସ୍ଥାପନ କରିଥିଲେ।କାର୍ଯ୍ୟକ୍ରମରେ ମତ୍ସ୍ୟ ଚାଷୀ, ମତ୍ସ୍ୟ ଯୁବ ଉଦ୍ୟୋଗୀ, ସ୍ୱୟଂ ସହାୟକ ଗୋଷ୍ଠି ସଦସ୍ୟା ଓ ମତ୍ସ୍ୟ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ସଫଳ ମତ୍ସ୍ୟ ଚାଷୀ ମନୋଜ କୁମାର ପଣ୍ଡା ପଦ୍ମପୁର୍ ଧର୍ମ ଗଡ, ମାଁ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ଇଚ୍ଛା ପୁର ଭବାନୀ ପାଟଣା ଓ ଶ୍ରୀମତି ଖୁସିରାଣୀ ମହାନ୍ତି ତେନ୍ତୁଳିଖୁଣ୍ଟି ପ୍ରମୁଖଙ୍କୁ ଉତ୍ତରୀୟ ଓ ଉପଧୌକନ୍ ଦେଈ ସମ୍ମାନିତ କରାଯାଇଥିଲା। ଶ୍ରୀ ମନୋଜ ପଣ୍ଡା ଓ ଶ୍ରୀମତି ପଦ୍ମା ଗଇଁତା ପ୍ରମୁଖ ମତ୍ସ୍ୟ ଚାଷ ସଂପର୍କୀୟ ଅଭିଜ୍ଞତା କହିଥିଲେ। କାର୍ଯ୍ୟକ୍ରମକୁ କର୍ତ୍ତବ୍ୟ ଅନୁଷ୍ଠାନରୁ ନିରାକାର ଦଣ୍ଡସେନା, ରଥୁରାମ ବାଗ, ରବିନ୍ଦ୍ର ନାଏକ, ସଦାନନ୍ଦ ନାଗ ଓ ରବିନ୍ଦ୍ର ବେହେରୁକ ପ୍ରମୁଖ ସହଯୋଗ କରିଥିଲେ ପରିଶେଷରେ ଭବାନୀ ଶଙ୍କର ପଣ୍ଡାଙ୍କ ଧନ୍ଯବାଦ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ