୨ଜଣ ସହକାରୀ ଯନ୍ତ୍ରୀ ଓ ୧୧ ଜଣ କନିଷ୍ଠ ଯନ୍ତ୍ରୀଙ୍କୁ ବଦଳି ଘୋଷଣା
ଝାରସୁଗୁଡା, ୧୦/୦୭ ( ନବଦୂତ ) : ଝାରସୁଗୁଡା ଜିଲ୍ଲାପରିଷଦ ପକ୍ଷରୁ ବୁଧବାର ପ୍ରଶାସନିକ ଆବଶ୍ୟକତା ଓ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସୂଚାରୁ ପରିଚାଳନା ନିମନ୍ତେ ୨ ଜଣ ସହକାରୀ ଯନ୍ତ୍ରୀ (AE)ଏବଂ ଓଡିଶା ସରକାରଙ୍କ ଵଦଳି ନୀତି ଅନୁଯାୟୀ ଗୋଟିଏ ସ୍ଥାନରେ ୩ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରତ ୧୧ ଜଣ କନିଷ୍ଠ ଯନ୍ତ୍ରୀ(JE)ଙ୍କୁ ଜିଲ୍ଲାର ଵିଭିନ୍ନ ବ୍ଲକକୁ ଵଦଳି କରାଯାଇଛି । ଝାରସୁଗୁଡା ଜିଲ୍ଲାପାଳ ତଥା ଜିଲ୍ଲାପରିଷଦ ମୂଖ୍ୟ ନିର୍ବାହୀ ଅଧିକାରୀଙ୍କ ଆଦେଶକ୍ରମେ ଏହି ବଦଳି ନିର୍ଦ୍ଦେଶନାମା ପ୍ରକାଶ ପାଇଛି ।ବଦଳି ଆଦେଶ ଅନୁଯାୟୀ ସହକାରୀ ଯନ୍ତ୍ରୀ ସାରିକା ସ୍ୱାଇଁଙ୍କୁ ଲଇକେରା ବ୍ଲକରୁ ଝାରସୁଗୁଡା ବ୍ଲକକୁ ବଦଳି କରାଯାଇଥିବାବେଳେ ତାଙ୍କ ସ୍ଥାନରେ ଫ୍ଲୋରେନ୍ସ ଏକ୍କାଙ୍କୁ ଲଖନପୁର ବ୍ଲକରୁ ଲଇକେରା ବ୍ଲକକୁ ବଦଳି କରାଯାଇଛି । ସେହିପରି ରୋଜୀ ପଟେଲଙ୍କୁ ଝାରସୁଗୁଡା ବ୍ଲକରୁ ଲଇକେରା ବ୍ଲକ,କ୍ଷୀରୋଦ ସାହୁଙ୍କୁ କିର୍ମିରା ବ୍ଲକରୁ ଲଖନପୁର ବ୍ଲକ, ଦୀପ୍ତି ନାୟକଙ୍କୁ ଲଇକେରା ବ୍ଲକରୁ ଲଖନପୁର ବ୍ଲକ, ସତପାଲ କୁମାର ସିଂଙ୍କୁ ଲଖନପୁର ବ୍ଲକରୁ କିର୍ମିରା ବ୍ଲକ, ରାଜେଶ କୁମାର ସିଂଙ୍କୁ ଝାରସୁଗୁଡା ବ୍ଲକରୁ କିର୍ମିରା ବ୍ଲକ, ଚିନ୍ମୟୀ ପ୍ରଧାନଙ୍କୁ ଲଇକେରା ବ୍ଲକରୁ ଲଖନପୁର ବ୍ଲକ, ରାଜକିଶୋର ପାଶୱାନଙ୍କୁ ଲଖନପୁର ବ୍ଲକରୁ କୋଲାବିରା ବ୍ଲକ, ସୁସ୍ମିତା ବାରାଙ୍କୁ କିର୍ମିରା ବ୍ଲକରୁ ଲଇକେରା ବ୍ଲକ, ନିହାର ରଞ୍ଜନ ନାଏକଙ୍କୁ କୋଲାବିରା ବ୍ଲକରୁ ଲଖନପୁର ବ୍ଲକ, ପୁରୁଷୋତ୍ତମ ସେଠଙ୍କୁ ଲଖନପୁର ବ୍ଲକରୁ ଝାରସୁଗୁଡା ବ୍ଲକ ଏବଂ ଦେବାଶିଷ ପଟ୍ଟନାୟକଙ୍କୁ ଲଖନପୁର ବ୍ଲକରୁ ଝାରସୁଗୁଡା ବ୍ଲକକୁ ବଦଳି କରାଯାଇଛି । ବଦଳି ହୋଇଥିବା ସମସ୍ତ ସହକାରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ପୂର୍ବ କାର୍ଯ୍ୟସ୍ଥଳରୁ ଅବ୍ୟାହତି ପ୍ରଦାନ କରାଯାଇଛି । କୈାଣସି କାରଣରୁ ବିଳମ୍ୱ ନ କରି ନିଜ ନିଜ ନୂତନ କାର୍ଯ୍ୟସ୍ଥଳରେ ଶୀଘ୍ର ଯୋଗଦେଇ କାର୍ଯ୍ୟଭାର ଗ୍ରହଣ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।