Hot Posts

6/recent/ticker-posts

ଯାଦବପଡ଼ା ରାସ୍ତାରେ ଜମୁଛି ଡ୍ରେନ୍ ପାଣି



କର୍ଲାମୁଣ୍ଡା, ୦୧/୦୭ (ସୁଶାନ୍ତ ରଣା) : କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ଯାଦବପଡ଼ା ମୁଖ୍ୟ ରାସ୍ତାରେ ଗତ କିଛି ଦିନ ହେଲା ଡ୍ରେନ୍ ପାଣି ଜମି ରହୁଥିବା ଦେଖିବାକୁ ମିଳୁଛି। ଡ୍ରେନ୍ ର ଅଳିଆ ଆବର୍ଜନା ଅପରିଷ୍କାର ପାଣି ମଧ୍ୟରେ ଗ୍ରାମର ଶହଶହ ଜନସାଧାରଣ ପ୍ରତ୍ୟେହ ଯିବା ଆସିବା କରିବା ସହ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଠାରେ ସାମାନ୍ୟ ବର୍ଷା ହେଲେ ଆଣ୍ଠୁଏ ପାଣି ଜମିବା ସହ ଅନେକ ସମୟରେ ଲୋକଙ୍କ ଘରକୁ ଅଳିଆ ପାଣି ପସୁଥିବାର ଦେଖାଯାଏ। ଗ୍ରାମର ଶ୍ରୀରାମ ମଣ୍ଡପ ଠାରୁ ଯାଦବପଡ଼ା ଓ ଶ୍ରୀ ରାଧାମାଧବ ମଣ୍ଡପ ଠାରୁ ଯାଦବପଡ଼ା ର ମଧ୍ୟମ ଭାଗ ପର୍ଯ୍ୟନ୍ତ ଲମ୍ବି ଥିବା ଡ୍ରେନ୍ ର ପାଣି ତଳ ମୁଣ୍ଡକୁ ଯାଇ ପାରୁ ନ ଥିବାରୁ ଡ୍ରେନ୍ ବର୍ତ୍ତମାନ ପଡ଼ାବାସୀଙ୍କ ପାଇଁ ଦୁଃଖ ର କାରଣ ସାଜିଛି କହିଲେ ଭୁଲ ହେବ ନାହିଁ। ଡ୍ରେନ୍ ପାଣି ନିଷ୍କାସନ ପାଇଁ ତଳ ମୁଣ୍ଡକୁ ଡ୍ରେନ୍ ନିର୍ମାଣ ନେଇ ଅନେକ ଦିନରୁ ସ୍ଥାନୀୟ ସରପଞ୍ଚ, ବିଡ଼ିଓ ଙ୍କୁ ପଡ଼ାବାସୀ ଲିଖିତ ଅଭିଯୋଗ କରିଥିଲେ ହେଁ ଏଯାଏଁ କୌଣସି ସୁଫଳ ମିଳି ନ ଥିବା ଦେଖାଯାଏ । ଗ୍ରାମର କିଛି ଲୋକଙ୍କ ମତରେ କିଛି ପ୍ରଭାବଶାଳୀ ବ୍ୟକ୍ତି ଙ୍କ ପାଇଁ ନୂତନ ଡ୍ରେନ୍ ନିର୍ମାଣ କାମ ହୋଇ ପାରୁନ ଥିବା କୁହାଯାଉଛି। ଆଗକୁ ବର୍ଷା ଋତୁ। ତେଣୁ ପ୍ରଶାସନ ଯଥା ସମ୍ଭବ ସମସ୍ୟା ର ସମାଧାନ କରିବାକୁ ଜନସାଧାରଣରେ ଦାବି ହେଉଛି।