Hot Posts

6/recent/ticker-posts

ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ।

ବୋଲଗଡ଼, ୩୦/୦୬ (ସୁଶାନ୍ତ କୁମାର ପ୍ରଧାନ) : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ବରିଷ୍ଠ ସହାୟକ ଶେଖ ମୁନିର ଚାକିରିରୁ ଅବସର ଗ୍ରହଣ କରିଛନ୍ତି।ଗତ ମଇ ମାସ ୨୬ତାରିଖରେ ଉକ୍ତ କାର୍ଯ୍ୟାଳୟର ସହ ଗୋଷ୍ଠୀ ଶିକ୍ଷାଧିକାରୀ ଅମିତା ମିଶ୍ର ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଛନ୍ତି, ତେଣୁ ମଙ୍ଗଳବାର ଦିନ ଶ୍ରୀମତୀ ମିଶ୍ରଙ୍କ ସ୍ଥାନାନ୍ତର ଜନିତ ଏବଂ ଶ୍ରୀ ମୁନିରଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ, କୁମାର ସ୍ବାଇଁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବୋଲଗଡ଼ ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିରଞ୍ଜନ ମହାନ୍ତି ଏବଂ ଗୋକୁଳ ଚନ୍ଦ୍ର ବଳବନ୍ତରାୟ ଯଥାକ୍ରମେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ରୂପେ, ବୋଲଗଡ଼ ପ୍ରାକ୍ତନ ପ୍ରତିଷ୍ଠାନ ଅଧିକାରୀ କେ ଭି ଲକ୍ଷ୍ମୀ, ଶୈକ୍ଷିକ ଉନ୍ନୟନ ପରିଷଦର ଉପଦେଷ୍ଟା ପଦ୍ମ ଚରଣ ବେହେରା, ସଭାପତି ରବୀନ୍ଦ୍ର କୁମାର ବେହେରା, ପ୍ରାକ୍ତନ ସହଗୋଷ୍ଠୀ ଶିକ୍ଷାଧିକାରୀ ନାରାୟଣ ଛୁଆଳ ସିଂହ, ବାମନ ସରକାରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପୀତବାସ ଲେଙ୍କା, ବୋଲଗଡ଼ ଶାଖା ଓଷ୍ଟା ସଭାପତି ସୀତାକାନ୍ତ ମିଶ୍ର ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଶ୍ରୀମତୀ ମିଶ୍ର ଓ ଶ୍ରୀ ମୁନିରଙ୍କର ସୁଗୁଣ ସମ୍ପର୍କରେ ବକ୍ତବ୍ୟରେ ଆଲୋକପାତ କରିଥିଲେ। ପିଚୁକୁଳି ସାଧନ କେନ୍ଦ୍ର ସଂଯୋଜକ ଲୋକନାଥ ସାହୁ ସ୍ୱାଗତ ଭାଷଣ ଦେଇଥିବାବେଳେ ଶିକ୍ଷକ ନେତା ପ୍ରଫୁଲ୍ଲ ସିଂହ ଅତିଥି ପରିଚୟ ପ୍ରଦାନ କରିଥିଲେ।

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିରଞ୍ଜନ ନାୟକ,ଅଶୋକ ସାହୁ, ଭିକାରି ପୁଷ୍ଟି, ବିଜୟ ସାହୁ, କିଶୋର ସ୍ୱାଇଁ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ନିରଞ୍ଜନ ହୋତା ତ୍ରିଲୋଚନ ସାହୁ, ଚୈତନ୍ୟ ମହାରଣା, ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ସୁଲୋଚନା ବିଶ୍ୱାଳ, ଶୈକ୍ଷିକ ଉନ୍ନୟନ ପରିଷଦର ସମ୍ପାଦକ ପ୍ରମୋଦ କୁମାର ହୋତା, ଯୁଗ୍ମ ସମ୍ପାଦିକା ପ୍ରିୟଦର୍ଶିନୀ ପାତ୍ର, ଶିକ୍ଷକ ଦୁର୍ଗା ପ୍ରସାଦ ସୁବୁଦ୍ଧି, ବିଜୟ କୁମାର ସାହୁ, ବିଶ୍ୱଜିତ ସରୋଜ କୁମାର, ଅଭିମନ୍ୟୁ ପଲେଇ, ଚିନ୍ତାମଣି ସାହୁ, ଶିକ୍ଷୟିତ୍ରୀ ସସ୍ମିତା ସୁନ୍ଦରାୟ, ଉଷାରାଣୀ ସେନାପତି, ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ, ସମସ୍ତ ସାଧନ କେନ୍ଦ୍ର ସଂଯୋଜକ, ବାମନ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାର୍ଥୀ, ପ୍ରାକ୍ତନ ସିଆର ସିସି ବିଶ୍ବରଞ୍ଜନ ସେଠୀ, ଧିରେନ ପାତ୍ର, ଗଙ୍ଗାଧର ବେହେରା ସହଯୋଗ କରିଥିଲେ। ଉକ୍ତ ସଭାରେ ଶ୍ରୀକୁମାର ରଥ, ସାଇରା ବେଗମ,ଅପର୍ତ୍ତି ଅଟ୍ଟ,ବଚନ ମୋହିଦ, ଅବଦୁସ ସହିଦ ଖାଁ, ତଲତ ଯାହାଁ, ଶେଖ ମୁବସିରଙ୍କ ସମେତ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ଉପସ୍ଥିତ ଥିଲେ ଶ୍ରୀମତୀ ମିଶ୍ର ଓ ଶ୍ରୀ ମୁନିରଙ୍କୁ ପୁଷଗୁଛ, ଉପଢୌକନ ମାନପତ୍ର ଓ ଉପହାର ପ୍ରଦାନ କରାଯାଇଥିଲା। ସହ ଗୋଷ୍ଠୀ ଶିକ୍ଷା ଶିକ୍ଷାଧିକାରୀ ତଥା ମଣ୍ଡଳ ସଂଯୋଜକ କୈଳାସ ନାଥ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିବା ପରେ ଉଭୟ ବିଦାୟଙ୍କୁ ଶୋଭାଯାତ୍ରାରେ ବୋଲଗଡ଼ ବଜାର ଓ ଅରଖପଲ୍ଲୀ ଗ୍ରାମରେ ପରିକ୍ରମା କରା ଯାଇଥିଲା।