ଶାଳପର୍ଣ୍ଣୀ ସାହିତ୍ୟ ସଂସଦର ଆଭାସୀ ସାରସ୍ୱତ କାର୍ଯ୍ୟକ୍ରମ ଭାଗ ୩୩ ଅନୁଷ୍ଠିତ
ଫୁଲବାଣୀ, ୦୧/୦୭ ( ବାଳକୃଷ୍ଣ କହଁର ) : ଶାଳପର୍ଣ୍ଣୀ ସାହିତ୍ୟ ସଂସଦ ଫିରିଙ୍ଗିଆ , କନ୍ଧମାଳ ର ଆଭାସୀ କାର୍ଯ୍ୟକ୍ରମ ଭାଗ ୩୩ ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ତଥା ଆଲୋଚିକା ଭାବେ ଶ୍ରୀମତୀ ବିଳାଶିନୀ ସାହୁ ସେବାନିବୃତ୍ତ ଶିକ୍ଷୟିତ୍ରୀ, ଭୁବନେଶ୍ୱର, ଆସନ୍ତୁ ଗଢିବା ସଂସ୍କାରବାନ ପିଢ଼ିର ଜୋନ କୋଡ଼ିନେଟର ଓଡିଶା ପ୍ରଦେଶ ଯୋଗ ଦେଇଥିଲେ। ଆଲୋଚନା ବିଷୟ ଭଜନ ଓ ଭୋଜନ ର ସମ୍ପର୍କ ଆଲୋଚନା କରିବା ସହିତ ଜୀବତ୍ମା ପରମାତ୍ମା, ଶରୀରରେ ଖାଦ୍ୟ ଗ୍ରହଣ ଓ ସୁସ୍ଥ ଚିନ୍ତନ ବିଷୟରେ ମାର୍ମିକ ଆଲୋଚନା କରଛନ୍ତି। ଡ.ବିରଞ୍ଚି ନାରାୟଣ ସାହୁ ସଭାପତି ଙ୍କ ପୌରହିତ୍ୟରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ମାର୍ଗଦର୍ଶିକା ଡା. ମଧୁମିତା ଷଡ଼ଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ଦ୍ୱିତୀୟ ସୋପାନରେ କବିତା ସଂଯୋଜନା ଶ୍ରୀମତୀ ପ୍ରଜ୍ଞା ପରମିତା ସାହୁ ଙ୍କ ସହ ସମ୍ପାଦିକା ଏବଂ ଶ୍ରୀମତୀ ପ୍ରଭାତୀ ସମ୍ପାଦିକା ତୁଲାଇଥିଲେ। ଆଜିର ସାହିତ୍ୟ ଆସର ରେ ରାଜ୍ୟର କୋଣ ଅନୁକୋଣରୁ ୨୮ଜଣ କବି କବୟିତ୍ରୀ ଯୋଗ ଦେଇଥିଲେ।ଆସର ଶେଷରେ ଅନୁଷ୍ଠାନର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଆଶିଷ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ