Hot Posts

6/recent/ticker-posts

ବିବାହ ର ପ୍ରତିଶୃତି ଦେଇ ଯୁବତୀଙ୍କୁ ପ୍ରତାରଣା କଲା ଲମ୍ପଟ ପ୍ରେମିକ।

ବରୀ, ୨୯/୦୬ ( ରଂଜିତ ମହାନ୍ତି ) : ଯୁବତୀ ଙ୍କୁ ବିଭାହ ର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖି ପ୍ରତାରଣା କଲା ରସିକିଆ ପ୍ରେମିକ। ଏଭଳି ଘଟଣା ଦେଖିବାକୁ ମିଳିଚି ବରୀ ରାମଚନ୍ଦ୍ରପୁର ଥାନା ଅଧୀନ ବାଲିଆପାଳ ଗ୍ରାମରେ । ଯାହାକୁ ନେଇ ଯୁବତୀ ଜଣଙ୍କ ବରୀ ରାମଚନ୍ଦ୍ରପୁର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାଇ ଏହି ଗ୍ରାମର ବିଜୟ କୁମାର ସାହୁ ଙ୍କ ପୁଅ ସିଧ୍ୟାର୍ଥ କୁମାର ସାହୁ ଦୀର୍ଘ 5 ବର୍ଷ ହେବ ଯୁବତୀ ଜଣଙ୍କୁ ଭଲ ପାଇଆସୁଥିଲେ। ଏବଂ ତାଙ୍କୁ ବିଭାହର ପ୍ରଲୋବନ ଦେଖାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଏମିତି କି ତାଙ୍କୁ ନେଇ କିଛିଦିନ ବାହାରେ ମଧ୍ୟ ରଖି ଥିଲେ। କିନ୍ତୁ କିଛିଦିନ ହେବ ଯୁବତୀ ଜଣଙ୍କ ସିଦ୍ଧାର୍ଥ ଙ୍କୁ ବାହା ହେବା ପାଇଁ କହିବାରୁ ତାଙ୍କ ସହ ପ୍ରତାରଣା କରିଥିଲେ। ଏ ନେଇ ଯୁବତୀ ଜଣଙ୍କ ଗତକାଲି ବରୀ ରାମଚନ୍ଦ୍ରପୁର ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଆଉ ବରୀ ପୋଲିସ 253/26 ରେ ଏକ ମାମଲା ୠଜୁକରି ତଦନ୍ତ ଆରମ୍ଭ କରିଥିବା ବେଳେ ଯୁବକ ଜଣଙ୍କ ଫେରାର ହୋଇଯାଇଥିବାର ସୂଚନା ମିଳୁଚି..