ଦୀର୍ଘ ୪୮ ବର୍ଷ ଧରି ଡ଼ଙ୍ଗା ତିଆରିକରି ଜୀବିକା ନିର୍ବାହ କରୁଛନ୍ତି ରାମଚନ୍ଦ୍ର ।।
ଯାଜପୁର, ୨୬/୦୬ ( ରଂଜିତ ମହାନ୍ତି ) : କୌଳିକ ବୃତ୍ତି କରି ଜୀବନ ଜୀବିକା ବଞ୍ଚାଇବା ପାଇଁ ବାପା, ଜେଜେବାପା ଓ ଭାଇ ଙ୍କ ଠାରୁ ୧୨ ବର୍ଷ ବୟସ ରୁ ଡ଼ଙ୍ଗା ତିଆରି ବୃତିକୁ ଆଦରି ନେଇଛନ୍ତି ରାମଚନ୍ଦ୍ର l କଟକ ଜିଲ୍ଲା ଏକଡାଳ ଗ୍ରାମ ର ରାମଚନ୍ଦ୍ର ବେହେରା ବୟସ ୬୦ ଛୁଇଁଲାଣି ୧୨ ବର୍ଷ ବୟସ ରୁ ବାପା, ଜେଜେ ଙ୍କ ଠାରୁ ଡ଼ଙ୍ଗା ତିଆରି କରିବା ସିଖିଥିଲେ । ସେ ବୃତ୍ତିଗତ ଜୀବନ ଦୀର୍ଘ ୪୮ ବର୍ଷ ମଧ୍ୟରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ ଡଙ୍ଗା ତିଆରି କରିଥିବା ଜଣାପଡିଛି। ଯାଜପୁର, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲା ର ବିଭିନ୍ନ ସ୍ଥାନରେ ବୁଲି ବୁଲି ଡ଼ଙ୍ଗା ତିଆରି କରୁଛନ୍ତି, ବିଶେଷ ଭାବେ ମାଛଧରା ପାଇଁ ଛୋଟ ଡ଼ଙ୍ଗା ଏବେ ତିଆରି କରୁଛନ୍ତି ।ଡ଼ଙ୍ଗା ତିଆରି କରିବାକୁ ୭ ଦିନରୁ ଅଧିକ ସମୟ ଲାଗୁଥିବା ରାମଚନ୍ଦ୍ର କୁହନ୍ତି l ଏବଂ ବଡ଼ ଡ଼ଙ୍ଗା ମଧ୍ୟ୍ୟ ତିଆରି କରନ୍ତି ବହୁ ସ୍ଥାନରେ ନଦୀ ରେ ସେତୁ ନିର୍ମାଣ ହୋଇଇଯିବାରୁ ଆଗଭଳି ବଡ଼ ବଡ଼ ଡ଼ଙ୍ଗା ଆବଶ୍ୟକ ପଡୁନ ଥିବା ବେଳେ ନଦୀକୁଳିଆ ଅଞ୍ଚଳରେ ଡ଼ଙ୍ଗାତିଆରି କରିବା କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି ରାମଚନ୍ଦ୍ର l ଯିଏ ଡ଼ଙ୍ଗା ତିଆରି କରିବାକୁ ଫୋନଯୋଗେ ଯୋଗାଯୋଗ କରନ୍ତି ତାଙ୍କ ନିକଟକୁ ଆସି ଡ଼ଙ୍ଗା ତିଆରି କରିବାକୁ ଆସିବା ସହିତ ତାଙ୍କ ର ପାରିଶ୍ରାମିକ ନିଅନ୍ତି l ଧୀରେ ଧୀରେ ଡଙ୍ଗାର ଆବଶ୍ୟକତା କମି କମି ଯାଉଥିବା ବେଳେ ନିଜର ଭାଗ୍ୟକୁ ଆଦରି ନିଜର କର୍ତ୍ତବ୍ୟ କରୁଛନ୍ତି ।