ନବରଙ୍ଗପୁର, ୨୪/୦୬ ( ଶେଖର ଖୁରା ) : ନବରଙ୍ଗପୁର ଜିଲ୍ଲାର ଈ ଭି ଏମ ଓ ଭି ଭି ପାଟ୍ ଗୋଦାମର ତ୍ରୈମାସିକ ମିଳିତ ଯାଞ୍ଚ ଅନୁଷ୍ଠିତ ହୋଇଛି। ଏହି ଯାଞ୍ଚରେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ୍. ଗୋପାଳନ ଉପସ୍ଥିତ ରହି ସମସ୍ତ ପ୍ରକ୍ରିୟାର ତଦାରଖ କରିଥିଲେ। ଯାଞ୍ଚ ସମୟରେ ଗୋଦାମର ସିଲ, ସୁରକ୍ଷା ବ୍ୟବସ୍ଥା, ଓ ସି ସି ଟି ଭି କାର୍ଯ୍ୟକ୍ଷମତା ଯାଞ୍ଚ କରାଯାଇଥିଲା। ମାନ୍ୟତାପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ ଏବଂ ସମଗ୍ର ପ୍ରକ୍ରିୟାର ଭିଡିଓ ରେକର୍ଡିଂ କରାଯାଇଛି।ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲାର ସ୍ଵତନ୍ତ୍ର ସଂଘନ ସଂଶୋଧନ ପ୍ରକ୍ରିୟାର ସମୀକ୍ଷା କରିଥିଲେ l ଜିଲାରେ ବର୍ତ୍ତମାନ ସୁଦ୍ଧା ଶତକଡା ୯୨ ଭାଗ ଡିଜିଲାଇଜେଶନ କାର୍ଯ୍ୟ ସମ୍ପନ ହୋଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜୁ ଜନତା ଦଳର ପ୍ରତିନିଧି ପ୍ରମୋଦ ରଥ, ବିଜେପି ଦଳର ପ୍ରତିନିଧି ଭାବେ ସରୋଜ କୁମାର ବେହେରା, ଜିଲ୍ଲା କଂଗ୍ରେସ ଦଳର ପ୍ରତିନିଧି ଭାବେ ଡ଼. ଲିପିକା ମାଝୀ ଏବଂ ପ୍ରଦୀପ କୁମାର ସାହୁ, ପୂର୍ବତନ ଜିଲ୍ଲା ସଭାପତି ମୁନା ତ୍ରିପାଠୀ, ଜିଲ୍ଲା ନିର୍ବାଚନ ଅଧିକାରୀ ଡ ମହେଶ୍ବର ସ୍ୱାଇଁ,ଅତିରିକ୍ତ ଜିଲ୍ଲାପାଳ (ସାଧାରଣ )ଡ. ପ୍ରମୋଦ କୁମାର ପ୍ରୁଷ୍ଟି, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଶ୍ୱଜିତ ଚନ୍ଦ୍ର ବର୍ମନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଉପଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର, ଡେପୁଟି କଲେକଟର ଚିନ୍ମୟ କୁମାର ସାହୁ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର.

