Hot Posts

6/recent/ticker-posts

କଳାହାଣ୍ଡି ଜିଲ୍ଲା ଆମ୍ ଆଦମୀ ପାର୍ଟି ପକ୍ଷରୁ ଧର୍ମଗଡ଼ ବିଧାନସଭା ସ୍ତରୀୟ ପ୍ରସ୍ତୁତି ବୈଠକ କଲମପୁର ବ୍ଲକର କୋଟା ଗ୍ରାମରେ ଏବଂ ଲାଞ୍ଜିଗଡ଼ ବିଧାନସଭା ସ୍ତରୀୟ ପ୍ରସ୍ତୁତି ବୈଠକ ଧନସୁଲିଠାରେ ସଫଳତାର ସହ ଅନୁଷ୍ଠିତ ହୋଇଥିଲା।

କଳାହାଣ୍ଡି, ୦୧/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : ଏହି ବୈଠକରେ ବିଭିନ୍ନ ପଞ୍ଚାୟତର କର୍ମକର୍ତ୍ତା ଓ ପଦାଧିକାରୀମାନଙ୍କ ସହ କେନ୍ଦ୍ର ସହ-ପ୍ରଭାରୀ ଶ୍ରୀ ଅଜିତ ପାଲ, ଓଡ଼ିଶା ସଂଗଠନ ମହାମନ୍ତ୍ରୀ ଶ୍ରୀ କଲ୍ୟାଣ ଆନନ୍ଦ, ଜିଲ୍ଲା ଉପସଭାପତି ଶ୍ରୀ ପ୍ରଫୁଲ କର, ପୂର୍ବତନ ଭବାନୀପାଟଣା ବିଧାୟକ ପ୍ରାର୍ଥୀ ଶ୍ରୀ ରମେଶ ନାଏକ, ଭବାନୀପାଟଣା ଟାଉନ ସଭାପତି ଶ୍ରୀ ଦୁର୍ଯ୍ୟୋଧନ ବାଗ, କଲମପୁର ବ୍ଲକ ସଭାପତି ଶ୍ରୀ ସୁରେନ୍ଦ୍ର ବାଗ, କୋକସରା ବ୍ଲକ ସଭାପତି ଶ୍ରୀ ଦିସେମ୍ବର ଖରସେଲ ଏବଂ ଶ୍ରୀ ନବୀନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବା ସମସ୍ତ ନେତୃବୃନ୍ଦ, କର୍ମକର୍ତ୍ତା ଓ କର୍ମୀଭାଇ-ଭଉଣୀମାନ ଉପସ୍ଥିତ ଥିଲେ



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ