ବନ୍ୟା ଜଳରେ ଭାସିଗଲା ପୋଲ।
ବରୀ, ୦୭/୦୭ ( ରଂଜିତ ମହାନ୍ତି ) : ଲଗାଣ ବର୍ଷାରେ ନଦୀ ମାନଙ୍କରେ ପ୍ରଥମ ବନ୍ୟାଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି।ଫଳରେ ଏହାର ପ୍ରଭାବ ବରୀ ଅଞ୍ଚଳରେ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ବରୀ ବ୍ଲକ ଅନ୍ତର୍ଗତ ବୋଦୁଅ ଓ ରତଳାଙ୍ଗ ପଞ୍ଚାୟତ ଚିଙ୍ଗୁଡ଼ିଆ ନଦୀରେ ଦୁଇଟି ଅସ୍ଥାୟୀ ପୋଲ ବନ୍ୟା ଜଳରେ ସମ୍ପୂର୍ଣ୍ଣ ଭାସିଯାଇଥିବା ଦେଖିବାକୁ ମିଳିଛି।ଏହି ପୋଲ ବରୀ ବିଞ୍ଝାରପୁର କୁ ସଂଯୋଗ କରୁଥିବାବେଳେ ଯାତାୟାତ ଏକ ପ୍ରକାର ଠପ୍ ହୋଇଯାଇଛି।ଏହି ପୋଲ ଦେଇ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ବରୀ ବ୍ଲକ କାର୍ଯ୍ୟାଳୟ, ତହସିଲ୍ କାର୍ଯ୍ୟାଳୟ ଓ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାତାୟତ କରିଥାନ୍ତି । ମାତ୍ର ବନ୍ୟା ଜଳ ପ୍ରଭାବରେ ଲୋକେ ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଡଙ୍ଗା ହିଁ ସାଜିଛି ସାହାରା ।